ଅନ୍ୟାନ୍ୟ

ସର୍ଟ ସର୍କିଟରୁ ଭୟାବହ ଅଗ୍ନିକାଣ୍ଡ ,ଗୋଟିଏ ପରିବାରର ୬ଜଣ ଜୀବନ୍ତ ଦଗ୍ଧ

ସର୍ଟ ସର୍କିଟ କାରଣରୁ ଉତ୍ତରପ୍ରଦେଶର ଫିରୋଜାବାଦରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।  ଦୋକାନରେ ନିଆଁ ଲାଗିବା ଯୋଗୁ ଗୋଟିଏ ପରିବାରର ୬ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୪ଜଣ ଛୋଟ ପିଲା ଥିବା ଜଣାପଡ଼ିଛି। ୩ଜଣ ଗୁୁରୁତର ଭାବେ ଆହତ ହୋଇ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅନ୍ଧକାର ହେତୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବହୁ ପୋଲିସ ଷ୍ଟେସନର ପୋଲିସ ଫୋର୍ସ ଏବଂ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।  ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବରିଷ୍ଠ ଅଧିକାରୀଙ୍କୁ ଘଟଣାସ୍ଥଳରେ ପହଞ୍ଚିବା ସହ ରିଲିଫ କାର୍ଯ୍ୟକୁ ଶୀଘ୍ର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଏହା ସହିତ ସେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବାରୁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହି ଘଟଣାରେ ପ୍ରାଣ ହରେଇଥିବା ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି। ଏହା ସହିତ ମୃତକଙ୍କ ପରିବାରକୁ ତୁରନ୍ତ ଦୁଇ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com