ବାଣିଜ୍ୟ

ଆଜିଠାରୁ ଡିଜିଟାଲ କରେନ୍ସି ସେବା ଆରମ୍ଭ

ଆରବିଆଇ ଆଜି ଜାରି କରିବ ଡିଜିଟାଲ ରୁପି । ପରୀକ୍ଷାମୂଳକ ଭାବେ ଦେଶର ୪ଟି ସହରରେ ଏହି ଡିଜିଟାଲ କରେନ୍ସି ସେବା ଆରମ୍ଭ କରାଯିବ । ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ ଓ ଭୁବନେଶ୍ୱରରେ ଡିଜିଟାଲ କରେନ୍ସି ଲଞ୍ଚ କରାଯିବ ବୋଲି ସୂଚନା ରହିଛି । ଡିଜିଟାଲ ରୂପି ଦ୍ୱାରା ଇ-ଟ୍ରାନଜକସନ ସୁବିଧାଜନକ ହେବ । କିଛି ଦିନ ପୂର୍ବରୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଡିଜିଟାଲ ମୁଦ୍ରା ବା ଇ-ଟଙ୍କାର ପାଇଲଟ୍ ପରୀକ୍ଷଣ ଆରମ୍ଭ ହୋଇଥିଲା । ଏହି ଡିଜିଟାଲ କରେନ୍ସିର ନାଁ ରହିଛି ସିବିଡିସି ବା ‘ଇ-ରୁପି’ । ‘ଇ-ଟଙ୍କା’ ଆନ୍ତଃ ବ୍ୟାଙ୍କ ବଜାରକୁ ଅଧିକ ଦକ୍ଷ କରିବ ବୋଲି ଆଶା କରାଯାଉଛି । ଏହି ଇ-ଟଙ୍କାକୁ ସହଜରେ ବ୍ୟାଙ୍କ ଖାତାରେ ଜମା କରାଯାଇ ପାରିବ ଏବଂ ନଗଦ ଟଙ୍କାରେ ବି ପରିଣତ କରାଯାଇ ପାରିବ । ଇଲୋକ୍ଟ୍ରୋନିକ୍ସ ମାଧ୍ୟମରେ ଇ-ଟଙ୍କାର ବ୍ୟବହାର କରାଯିବ । ଇ-ଟଙ୍କା ପ୍ରଚଳନ ନେଇ ଗତ ମାସରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଘୋଷଣା କରିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com