ଅନ୍ୟାନ୍ୟ

CBI ତଦନ୍ତ ପାଇଁ ଓଲଟା ଦାବି କଲେ ଅର୍ଚ୍ଚନା

ଭୁବନେଶ୍ୱର, ୦୫/୧୨/୨୦୨୨-   ଅକ୍ଷୟ ପରିଜାଙ୍କଠାରୁ ମୁଁ କୌଣସି ଟଙ୍କା ନେଇନାହିଁ । ଅକ୍ଷୟଙ୍କ ଠାରୁ ଟଙ୍କା ନେବା ନେଇ ଏଭଳି ସଫା ସଫା ମନା କରିଛି ଅର୍ଚ୍ଚନା । ବରଂ ମୋ ପାଟି, ଆଖି, ମୁହଁ ବନ୍ଦ କରି କୋର୍ଟ ଫରୱାର୍ଡ କରାଗଲା । ମୁଁ ଚାହୁଁଛି ସବୁ ଜିନିଷର ତଦନ୍ତ ହେଉ । ଏହି ମାମଲାର ସିବିଆଇ ତଦନ୍ତ ହେଉ ବୋଲି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଦାବି କରିଛି । ସୋମବାର ଅର୍ଚ୍ଚନାକୁ ଭୁବନେଶ୍ୱର କୋର୍ଟରେ ହାଜର କରାଯାଇଛି । କୋର୍ଟରେ ହାଜର ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛି ଅର୍ଚ୍ଚନା । ଝାରପଡ଼ା ଜେଲରୁ କଡା ସୁରକ୍ଷା ବ୍ୟବସ୍ଥାରେ ଅଣାଯାଇଥିବା ବେଳେ ଆଜି ଇଡି ରିମାଣ୍ଡ ଆବେଦନ କରିପାରେ ବୋଲି ସୂଚନା ମିଳିଛି ।

ଅକ୍ଷୟ ପରିଜାଙ୍କ ବିରୁଦ୍ଧରେ ବିଦ୍ରୁପ ଭରା ମନ୍ତବ୍ୟ ଦେଇ ଅର୍ଚ୍ଚନା କହିଥିଲେ ଯେ, ‘କୁଆଡେ ଗଲେ ସୋ-କଲଡ ଭିକ୍ଟିମ ? ମୋତେ ଆର୍ବିଟାରିଲି ଆରେଷ୍ଟ କରାଗଲା । ମୋତେ ଗିରଫ କଲ ଓ ମୋ ପରିବାରକୁ ନଜରବନ୍ଦୀ ରଖାଗଲା । ଶ୍ରଦ୍ଧାଞ୍ଜଳୀ କୁଆଡେ ଗଲା, କାହିଁକ ଆପଣମାନଙ୍କୁ ସାମ୍ନା କରୁନି ହିଁ ସବୁ ସତ ବାହାରକୁ ଆସିବ । ମୋତେ ଏହି ମାମଲାରେ ଫସାଇ ଦିଆଯାଇଛି । କିଏ ଫସାଇଛି ତାହାର ତଦନ୍ତ ଆପଣମାନେ କରନ୍ତୁ ।’ ଏକ ସମୟରେ ଗଣମାଧ୍ୟମ ଉପରେ ବର୍ଷିବା ସହିତ ଆପଣମାନେ ଏକ ୱେଲ୍ ସ୍କ୍ରିପଟେଡ୍ ମୁଭି ଚଲାଇଛନ୍ତି ବୋଲି ଅର୍ଚ୍ଚନା କହିଛି । ଖାଲି ସେତିକି ନୁହେଁ, ଗଣମାଧ୍ୟମ ନିରପେକ୍ଷ ରହୁନି ବୋଲି ମଧ୍ୟ ଅର୍ଚ୍ଚନା ନିଜ ପ୍ରତିକ୍ରିୟାରେ କହିଛି ।

ଅର୍ଚ୍ଚନା ଇଡି ଅଫିସରେ ହାଜର ହେବା ପୂର୍ବରୁ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଆର୍ଥିକ କାରବାରର ଖିଅ ଖୋଜୁଥିବା ଇଡି ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେଇ ଜେରା କରିବା ସହିତ ଅନେକ କିଛି ଗୁମର ଫିଟାଇବାକୁ ଲକ୍ଷ୍ୟ ରଖିଛି । ସେପଟେ କମିଶନରେଟ ପୋଲିସ ମଧ୍ୟ ଇ-ମେଲ ଯୋଗେ ଇଡିକୁ କିଛି ତଥ୍ୟ ଦେଇଛି । ସବୁଠାରୁ ବଡ କଥା ହେଲା ଏତେ କମ୍ ସମୟରେ ଅର୍ଚ୍ଚନା କିଭଳି କୋଟିପତି ହେଲେ ଏବଂ ତାଙ୍କ ଆୟର ଉତ୍ସ କଣ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଛାନଭିନ୍ ଚଳାଇଛି । ଏବେ ସୁଦ୍ଧା ଇଡି ୯ ଜଣଙ୍କୁ ଜେରା କରି ସାରିଛି । ଆଗକୁ ଆହୁରି ୬ ଜଣଙ୍କୁ ଇଡି ଜେରା କରିବ ବୋଲି ଜଣା ପଡ଼ିଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com