ଅନ୍ୟାନ୍ୟ
ମହୁମାଛି ନେଲା ମହିଳାଙ୍କ ଜୀବନ
![](https://i0.wp.com/odia.mobilenews24x7.com/wp-content/uploads/2022/12/HONEY-BEE-e1670326737153.webp?resize=780%2C470&ssl=1)
ଭୁବନେଶ୍ୱର, ୦୬/୧୨/୨୦୨୨- ମହୁମାଛି ଆକ୍ରମଣରେ ମହିଳା ମୃତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଗୋରାଖପାଲ୍ଲିରେ । ଗତକାଲି ସନ୍ଧ୍ୟା ସମୟରେ ୪୫ ବର୍ଷୀୟ ଗାଙ୍ଗି ପାଇଦା ଗାଁ ନିକଟରେ ଥିବା ଜଙ୍ଗଲକୁ ଶୈଚ ପାଇଁ ଯାଇଥିଲେ । ସେହି ସମୟରେ ନିକଟରେ ଥିବା ମହୁମାଛି ମହିଳା ଜଣଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ, ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ନସୁଧରିବାରୁ ତାଙ୍କୁ ମାଲକାନଗିରି ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ମେଡିକାଲରେ ପହଂଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।