ଜୀବନଶୈଳୀ

ପି.ଟି ଉଷା ହେଲେ ଭାରତୀୟ ଅଲମ୍ପିକ ସଂଘର ନୂଆ ଅଧ୍ୟାକ୍ଷା

ଭୁବନେଶ୍ୱର, ୧୦/୧୨/୨୦୨୨ –   ଭାରତର ଦୌଡ଼ରାଣୀ ଭାବେ ପରିଚିତା ପି.ଟି ଉଷା ଶନିବାର ଆଉ ଏକ ସଫଳତା ପାଇଛନ୍ତି । ପ୍ରଥମ ମହିଳା ଭାବେ ଭାରତୀୟ ଅଲମ୍ପିକ ସଂଘର ନୂତନ ଅଧ୍ୟାକ୍ଷା ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ଉଷା । ଅନ୍ତରାଷ୍ଟ୍ରୀୟ ଅଲମ୍ପିକ ସଂଘ ତରଫରୁ ଭାରତୀୟ ଅଲମ୍ପିକ ସଂଘ ନିର୍ବାଚନରେ ଡେରି କରୁଥିବା ନେଇ ଚଳିତ ମାସରେ ନିଲମ୍ବନ କରିବାକୁ ଚେତାବନୀ ଦେଇଥିଲା । ଏହି ନିର୍ବାଚନ ୨୦୨୧ ଡିସେମ୍ବରରେ ହେବାକୁ ଥିଲା । ହେଲେ କୌଣସି କାରଣରୁ ଏହା ଗୋଟିଏ ବର୍ଷ ବିଳମ୍ବରେ ହୋଇଛି । ଏହି ସଫଳତା ପାଇଁ ୫୮ ବର୍ଷୀୟ ଉଷାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com