ଅନ୍ୟାନ୍ୟ

ଜୀବନ ଯୁଦ୍ଧରେ ହାରିଗଲା ତନ୍ମୟ

ବେତୁଲ,  ୧୦/୧୨/୨୦୨୨ –   ଉଦ୍ଧାର ହୋଇଛି ତନ୍ମୟ । କିନ୍ତୁ ଫିଟୁନାହିଁ ପାଟି । ଜୀବନ ଯୁଦ୍ଧ ହାରି ଯାଇଛି ୮ ବର୍ଷର ନୀରିହ ଶିଶୁ । ମଧ୍ୟପ୍ରଦେଶର ବେତୁଲ ଜିଲ୍ଲା ମାଣ୍ଡଭୀରେ ବୋରଓ୍ବେଲରେ ଫସିଥିବା ତନ୍ମୟ ପାଖରେ ଆପ୍ରାଣ ଉଦ୍ୟମ କରି ପହଞ୍ଚିଥିଲେ ଉଦ୍ଧାରକାରୀ ଦଳ । ଶନିବାର ସକାଳ ପ୍ରାୟ ୫ ଟା ୩୦ ସମୟରେ ତନ୍ମୟକୁ ବାହାରକୁ ଆଣିଥିଲେ । ମାତ୍ର ବହୁତ ଡେରି ହୋଇ ଯାଇଥିଲା । ତନ୍ମୟର ମୃତ୍ୟୁ ଘଟିଥିବା ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିବା ସହିତ ତାର ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଏହି ଖବର ସମଗ୍ର ଅଞ୍ଚଳରେ ଶୋକାକୂଳ ପରିସ୍ଥିତି ଖେଳାଇ ଦେଇଛି । ୪ଦିନ ହେବ NDRF , SDRF ପକ୍ଷରୁ ଲଗାତର ଭାବେ ରେସ୍କ୍ୟୁ ଅପରେସନ ଜାରି ରଖିଥିଲେ । ପାଇପ ଯୋଗେ ତାକୁ ଅକ୍ସିଜେନ୍ ଦିଆଯିବା ସହ ତାର ଗତିବିଧି ଉପରେ ୨୪ ଘଣ୍ଟା ନଜର ରଖିଥିଲେ । ତନ୍ମୟକୁ ସୁରକ୍ଷିତ ଉଦ୍ଧାର ପାଇଁ ତାର ସାଙ୍ଗସାଥୀମାନେ ମନ୍ଦିରରେ ପ୍ରାର୍ଥନା କରୁଥିଲେ । ୪୪ ଫୁଟ୍ ରାମ୍ପ ଖନନର କାମ ଶେଷ ହୋଇଥିବା ବେଳେ ଆଉ ମାତ୍ର ୧୧ ଫୁଟ ଦୂରରେ ଥିଲା ତନ୍ମୟ । କିନ୍ତୁ ଏକ ବଡ଼ ଚଟାଣ ଖନନରେ ବାଧକ ସାଜିଥିଲା । ଯେଉଁଥିପାଇଁ ତା ପାଖରେ ପହଁଞ୍ଚିବା ପାଇଁ ଡେରି ହୋଇଥିଲା । ଆଉ ଅକାଳରେ ଚାଲିଗଲା ତନ୍ମୟର ଜୀବନ ।

Related Articles

Back to top button
WP Twitter Auto Publish Powered By : XYZScripts.com