ସ୍ୱାସ୍ଥ୍ୟ

ବୁଷ୍ଟର ଡୋଜ ନେଇଥିଲେ ନାଜାଲ ଭାକ୍ସିନ ମନା

 ଭୁବନେଶ୍ୱର, ୨୮/୧୨/୨୦୨୨-  କୋଓ୍ୱିନ ପୋର୍ଟାଲରେ ଗତ ସପ୍ତାହଠାରୁ ନାଜାଲ ଭାକ୍ସିନ ଇନକୋଭାକ ଉପଲବ୍ଧ ହୋଇଛି । କିନ୍ତୁ ସବୁ ବ୍ୟକ୍ତି ଏହାକୁ ନେଇପାରିବେ ନାହିଁ । ଏନେଇ ସୂଚନା ଦେଇଛନ୍ତି ଭାକ୍ସିନ ଟାସ୍କଫୋର୍ସ ମୁଖ୍ୟ ଡାକ୍ତର ଏନ.କେ ଅରୋରା । ଡାକ୍ତର ଅରୋରା କହିଛନ୍ତି ଯେ, ଯଦି ଜଣେ ବ୍ୟକ୍ତି ସତର୍କତାମୂଳକ ଡୋଜ ନେଇ ସାରିଛନ୍ତି କିମ୍ବା ବୁଷ୍ଟର ନେଇଛନ୍ତି ତେବେ ତାଙ୍କ ଲାଗି ନାଜାଲ ଭାକ୍ସିନକୁ ସୁପାରିସ କରା ଯାଇପାରିବ ନାହିଁ ।

ଏକ ନିର୍ଦ୍ଦିଷ୍ଟ ପ୍ରକାର ଆଣ୍ଟିଜେନ ଦ୍ୱାରା ଯଦି ଜଣେ ବ୍ୟକ୍ତିଙ୍କୁ ବାରମ୍ବାର ଟିକାକରଣ କରାଯାଏ ତେବେ ଶରୀର ଏହାକୁ ଗ୍ରହଣ କରିବ ନାହିଁ କିମ୍ବା ଏହାର ସ୍ୱଳ୍ପ ପ୍ରଭାବ ରହିବ । ଏହି କାରଣରୁ ଏମ-ଆରଏନଏ ଭାକ୍ସିନକୁ ୬ ମାସ ବ୍ୟବଧାନରେ ଦିଆଯାଏ । ବର୍ତ୍ତମାନ ସୁଦ୍ଧା ଯେଉଁମାନେ ସତର୍କତାମୂଳକ ଡୋଜ ନେଇନାହାନ୍ତି ସେମାନେ ହିଁ ନାଜାଲ ଭାକ୍ସିନ ନେବେ ।

Related Articles

Back to top button
WP Twitter Auto Publish Powered By : XYZScripts.com