କ୍ରୀଡ଼ା

ଋଷଭ ପନ୍ତଙ୍କର ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର, ୩୦/୧୨/୨୦୨୨-   ଭାରତୀୟ କ୍ରିକେଟ୍ ଖେଳାଳି ଋଷଭ ପନ୍ତ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି । ଏହି ଦୁଃଖଦ ଖବରକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପନ୍ତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଟୁଇଟ କରିଛନ୍ତି ।

ଘଟଣା ଅନୁସାରେ ଶୁକ୍ରବାର ପନ୍ତ୍ ତାଙ୍କ ମର୍ସିଡିଜ୍ କାର୍ ଚଳାଇ ଆସୁଥିବା ବେଳେ ଉତ୍ତରାଖଣ୍ଡର ରୂଡ଼କୀ ଅନ୍ତର୍ଗତ ନର୍ସାନ୍ ସୀମାନ୍ତ ନିକଟ ହମ୍ମାଦ୍ପୁର ଝାଲରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଧକ୍କା ଖାଇବା ପରେ ତାଙ୍କ ଗାଡ଼ିରେ ନିଆଁ ଲାଗି ଯାଇଥିଲା । କାର୍ ଚଳାଉଥିବା ବେଳେ ଢୋଳାଇ ପଡ଼ିବାରୁ ଦୁର୍ଘଟଣା ଘଟଲା ବୋଲି ପନ୍ତ୍ କହିଛନ୍ତି । ପନ୍ତଙ୍କ ଗୋଡ଼, ପିଠି ଓ ମୁଣ୍ଡରେ ଆଘାତ ଲାଗିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com