ଜୀବନଶୈଳୀ

ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମାଙ୍କୁ ହତ୍ୟା ଷଡ଼ଯନ୍ତ୍ର

ଭୁବନେଶ୍ୱର, ୩୦/୧୨/୨୦୨୨-   ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମାଙ୍କୁ ହତ୍ୟା ଷଡ଼ଯନ୍ତ୍ର କରୁଥିବା ସନ୍ଦେହରେ ଜଣେ ଚୀନ ମହିଳାଙ୍କୁ ଅଟକ ରଖିଛି ବିହାର ପୋଲିସ । ଏହି ମହିଳାଙ୍କୁ ଠାବ କରିବା ପାଇଁ ପୁଲିସର ଏକାଧିକ ଟିମ୍ ନିୟୋଜିତ ହୋଇଥିଲେ । ପୁଲିସ ସନ୍ଦିଗ୍ଧ ମହିଳାଙ୍କ ଏକ ସ୍କେଚ୍ ଜାରି କରିବାର କିଛି ଘଣ୍ଟା ମଧ୍ୟରେ ହିଁ ତାଙ୍କୁ ଠାବ କରିଥିଲା । ସନ୍ଦିଗ୍ଧ ଚୀନ ଗୁପ୍ତଚରଙ୍କୁ ଜେରା କରାଯାଉଛି । ସେହି ମହିଳାଙ୍କ ନାମ ସଙ୍ଗ୍ ସାଓଲାନ । ଗଣମାଧ୍ୟମରେ ମହିଳାଙ୍କ ପାସପୋର୍ଟ, ଏବଂ ଭିସା ମଧ୍ୟ ସେୟାର କରାଯାଇଛି । ଗୁରୁବାର  ଦଲାଇଲାମାଙ୍କ ବୋଧଗୟା ଗସ୍ତ ଅବସରରେ ତାଙ୍କ ପ୍ରତି ଏହି ମହିଳାଙ୍କ ଠାର ବିପଦ ଆଶଙ୍କା କରି ଗୁଇନ୍ଦା ରିପୋର୍ଟ ମିଳିବା ପରେ ସୁରକ୍ଷା କଡ଼ାକଡ଼ି କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com