ଅନ୍ୟାନ୍ୟ
ୟୁକ୍ରେନର ମିଜାଇଲ୍ ମାଡ଼ରେ ରୁଷର ୬୩ ଯବାନ ମୃତ
![](https://i0.wp.com/odia.mobilenews24x7.com/wp-content/uploads/2022/02/dead-new-indian-express.jpg?resize=640%2C320&ssl=1)
ଭୁବନେଶ୍ୱର, ୦୩ /୦୧/୨୦୨୩ – ରୁଷୀୟ ଯବାନଙ୍କ ଉପରେ ଭାରି ପଡୁଛି ୟୁକ୍ରେନକୁ ଆମେରିକା ଦେଇଥିବା ମିଜାଇଲ୍ ‘MLRS ହିମରସ୍’ ମାଡ଼ରେ । ଏହି ଅସ୍ତ୍ର ସାହାଯ୍ୟରେ ୟୁକ୍ରେନ୍ ସେନା ରୁଷ ସେନା ଉପରେ ଘାତକ ଆକ୍ରମଣ କରିଛି । ଯେଉଁଥିରେ ରୁଷର ପାଖାପାଖି ୬୩ ସୈନିକ ମୃତ୍ୟୁବରଣ କରିଛନ୍ତି ।
ୟୁକ୍ରେନର ଏକ ସହର ମକିଭାକ୍ ରୁଷର କବ୍ଚାରେ ରହିଛି । ସେଠାରେ ରୁଷ ସେନା ଏକ ସେନା ବେସ୍ ନିର୍ମାଣ କରିଥିଲା । ଆଉ ଏହି ସେନା ବେସ୍ ଉପରେ ସୋମବାର ୟୁକ୍ରେନ୍ ମିଜାଇଲ୍ ମାଡ କରିଛି । ଯେଉଁଥିରେ ୟୁକ୍ରେନର ୬୩ ଯବାନ ପ୍ରାଣ ହରାଇଛନ୍ତି । ଏହି ଘଟଣା ନେଇ ରୁଷର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି, ୟୁକ୍ରେନ୍ ସେନା ପକ୍ଷରୁ ଋଷର ଅସ୍ଥାୟୀ ସେନା କ୍ୟାମ୍ପ ଉପରେ ମିଜାଇଲ୍ ଆଟାକ୍ କରାଯାଇଛି । ଏହି ଆକ୍ରମଣରେ ଋଷର ୬୩ଯବାନଙ୍କ ମୃତ୍ୟୁ ହୋଇଛି । ତେବେ ଏହି ଆକ୍ରମଣରେ କେତେ ଯବାନ ପ୍ରାଣ ହରାଇଛନ୍ତି ତାହା ସଠିର୍ ଭାବେ ସ୍ପଷ୍ଟ ହୋଇନଥିବା ବେଳେ ଆକ୍ରମଣରେ ରୁଷର ପାଖାପାଖି ୪୦୦ ଯବାନ ପ୍ରାଣ ହରାଇଥିବା ୟୁକ୍ରେନ୍ ଦାବି କରିଛି ।