ଅନ୍ୟାନ୍ୟ

ମୃତ୍ୟୁ ପରେ ମାନବ ଶବକୁ ‘କମ୍ପୋଷ୍ଟ’ କରାଯିବ

ନ୍ୟୁୟର୍କ, ୦୩ /୦୧/୨୦୨୩ –   ମୃତ୍ୟୁ ପରେ ମାନବ ଶବକୁ ଖତ କରାଯିବ । ଏହି ପ୍ରସ୍ତାବକୁ ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁୟର୍କ ରାଜ୍ୟ ଅନୁମୋଦନ ଦେଇଛି । କବର ଦେବା କିମ୍ବା ‌ଶବ ଦାହ କରିବା ଅପେକ୍ଷା ମାନବ ଶବକୁ ଖତରେ ପରିଣତ କରିବା ପରିବେଶ ଅନୁକୂଳ ବୋଲି କୁହାଯାଇଛି । ଏହି ବ୍ୟବସ୍ଥା ଅନୁସାରେ,ମୃତ୍ୟୁ ପରେ ମାନବ ଶବକୁ ଏକ ଆଧାର ମଧ୍ୟରେ କିଛି ସପ୍ତାହ ରଖାଯାଇ ସଢ଼ାଇ ଦିଆଯାଇଥାଏ । ଯାହାକି ‘ପ୍ରାକୃତିକ ଜୈବ ବିଘଟନ’ ପ୍ରକ୍ରିୟା ନାମରେ ଜଣାଶୁଣା ।

ଆମେରିକାରେ ମାନବ ଶବକୁ ଖତରେ ପରିଣତ କରିବା ପ୍ରକ୍ରିୟାକୁ ଆଇନସମ୍ମତ କରିବା ୨୦୧୯ରୁ ଆରମ୍ଭ ହୋଇଥିଲା । ପୂର୍ବରୁ ଏହି ପ୍ରସଙ୍ଗକୁ ଆମେରିକାର ୫ଟି ରାଜ୍ୟ ଅନୁମତି ଦେଇସାରିଥିଲା ବେଳେ ଏବେ ନ୍ୟୁୟର୍କ ଷଷ୍ଠ ରାଜ୍ୟ ଭାବେ ଏଥିପାଇଁ ଅନୁମତି ଦେଇଛି । ମୃତ୍ୟୁ ପରେ ଜଣେ ବ୍ୟକ୍ତିଙ୍କ ଶବକୁ ଏବେ ମାଟିରେ ପରିଣତ କରାଯାଇପାରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com