ଅନ୍ୟାନ୍ୟ

୧୨ ଘଣ୍ଟାରେ ୮୪ କିଲୋମିଟର ଦୌଡ଼ି ଚର୍ଚ୍ଚାରେ ବ୍ରହ୍ମପୁର ଚନ୍ଦ୍ରପ୍ରଭା ସାହିର ଝିଅ ଅରୁଣା ମିଶ୍ର

ବ୍ରହ୍ମପୁର, ୨୭/୧୦/୨୦୨୨-   ଗଞ୍ଜାମର ଗୌରବ ଅରୁଣା ମିଶ୍ର । ମାତ୍ର ୧୨ ଘଣ୍ଟାରେ ୮୪ କିଲୋମିଟର ଦୌଡ଼ି ଚର୍ଚ୍ଚାରେ ରହିଛନ୍ତି ବ୍ରହ୍ମପୁର ଚନ୍ଦ୍ରପ୍ରଭା ସାହିର ଝିଅ ଅରୁଣା । ବୟସ ୪୩ ବର୍ଷ , କିନ୍ତୁ ଦୌଡ଼ରେ ରେକର୍ଡ କରି ଚାଲିଛନ୍ତି । ବାପା ଅମ୍ବିକା ଚରଣ ମିଶ୍ର ଜଣେ ଅବସରପ୍ରାପ୍ତ ହୋମିଓପାଥିକ ଡାକ୍ତର ଓ ମାତା ଇନ୍ଦିରା ମିଶ୍ର ଗୃହିଣୀ । ଗିରି ରୋଡ ଗାଲର୍ସ ହାଇସ୍କୁଲରୁ ୧୯୯୫ରେ ସେ ୧୦ମ ପାସ୍ କରିଥିଲେ ଅରୁଣା । ଏହାପରେ ଶଶୀଭୂଷଣ ରଥ ସ୍ବୟଂଶାସିତ ମହିଳା ମହାବିଦ୍ୟାଳୟରେ ଯୁକ୍ତଦୁଇ ବିଜ୍ଞାନ , ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟରେ ଯୁକ୍ତତିନି ବିଜ୍ଞାନ ଜୁଲୋଜି ଅନର୍ସରେ ପାସ୍ କରିଥିଲେ ।

୨୦୦୩ରେ ଭୁବନେଶ୍ଵର ଓୟୁଏଟିରେ ଏମ୍‌ସିଏ ପଢ଼ିଲେ । ପଢ଼ା ସରିବା ପରେ ୨୦୦୪ରେ ବାଲ୍ୟବନ୍ଧୁ ତଥା ଭାରତୀୟ ନୌସେନା କମାଣ୍ଡର ସନ୍ଦିପନୀ ପାଢ଼ୀଙ୍କୁ ସେ ବିବାହ କରିଥିଲେ । ସ୍ଵାମୀଙ୍କ ଏହାପରେ ସହିତ ବିଶାଖାପାଟଣାରେ ରହିବା ବେଳେ ୨୦୦୫ରେ ପ୍ରଥମ ଥର ପାଇଁ ଦୌଡ଼ ଅଭ୍ୟାସ ଆରମ୍ଭ କରିଥିଲେ । ଏଥିସହ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟରେ କମ୍ପ୍ୟୁଟର ସାଇନ୍ସ ଶିକ୍ଷୟିତ୍ରୀ ହେଲେ । ମୁମ୍ବାଇରେ କେନ୍ଦ୍ରୀୟ ବିଦ୍ୟାଳୟରେ ମଧ୍ୟ ଶିକ୍ଷୟିତ୍ରୀ ଭାବେ ଯୋଗ ଦେଇଥିଲେ । ଏକ ଘରୋଇ କମ୍ପାନୀରେ ଆଇଟି ଟ୍ରେନର ଏକ୍‌କୁ କ୍ୟୁଟିଭ୍ ଭାବେ ଏକବର୍ଷ ପାଇଁ ଚାକିରି କରିଥିଲେ । ପିଲାବେଳୁ ଦୌଡ଼ ପ୍ରତି ସେଭଳି ଧାରଣା ନଥିବା ବେଳେ ସ୍ଵାମୀଙ୍କ ପ୍ରେରଣା ପାଇ ଅରୁଣା ଦୌଡ଼ ଅଭ୍ୟାସ ଜାରି ରଖିଥିଲେ । ସେ ମୁମ୍ବାଇ ସମେତ ଦେଶର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ମାରାଥନ୍‌ରେ ଭାଗ ନେଇଛନ୍ତି । ୨୦୧୪ରେ ପ୍ରଥମ ଥର ପାଇଁ ଷ୍ଟାଣ୍ଡାର୍ଡ ଚାଟାର୍ଡ ମୁମ୍ବାଇ ମାରାଥନ୍‌ରେ ୨୧କିମି ଦୌଡ଼ିଥିଲେ । ଏହାପରେ ଅଧିକ ଦୌଡ଼ିବା ପାଇଁ ଅଭ୍ୟାସ ଜାରି ରଖିବା ସହ ୨୦୧୫ରେ କୋଇମ୍ବାଟୁର ଠାରେ ୧୦ କିମି , ୨୦୧୬ ଏବଂ ୧୭ରେ ଦିଲ୍ଲୀ ଠାରେ ଅଈଁ ମାରାଥନ , ୨୦୧୮ରେ ଆଇଡିବିଆଇ ଦିଲ୍ଲୀରେ ପୂର୍ଣ୍ଣ ମାରାଥନ୍ ପ୍ରତିଯୋଗିତାରେ ୪ଘଣ୍ଟା ୪୨ ମିନିଟ୍‌ରେ ୪୨ କିମି ଦୌଡ଼ି ଥିଲେ ।

ଏହାପରେ ୨୦୧୯ରେ ମୁମ୍ବାଇରେ ୧୨ ଘଣ୍ଟାରେ ୭୬ କିମି ଏବଂ ୨୦୨୦ରେ ବିଏନ୍‌ ପି ଆଲଟ୍ରାରେ ୫ ଘଣ୍ଟା ୩୨ ମିନିଟ୍‌ରେ ୫୦ କିମି ଦୌଡ଼ିଥିଲେ । ୨୦୨୨ରେ ମୁମ୍ବାଇ ନିକଟ ମାଆରନ୍ ସ୍ମିତ ପାହାଡ଼ିଆ ରାସ୍ତାରେ ୧୨୦ କିମି ୧୨ ଘଣ୍ଟାରେ ୩ଜଣିଆ ଦଳଗତ ପ୍ରତିଯୋଗିତାରେ ଦୌଡ଼ି ପ୍ରଥମ ହୋଇଛନ୍ତି । ୨୦୨୨ରେ ମହାରାଷ୍ଟ୍ରର ମହାବଲେଶ୍ଵର ଏଣ୍ଟ୍ରାଗାଥନରେ ୨ ଘଣ୍ଟା ୧୨ ମିନିଟ୍‌ରେ ୨୧ କିମି ଦୌଡ଼ି ବିଜେତା ହୋଇଛନ୍ତି । ସେହି ଭଳି ମୁ ମ୍ବାଇ ହାପ୍ ମାରାଥନ୍ ୨୦୨୨ରେ ୪୨ – ୫୦ ବୟସ ବର୍ଗରେ ୧ ଘଣ୍ଟା ୫୭ ମିନିଟ୍‌ରେ ୨୧ କିମି ଦୌଡ଼ି ତୃତୀୟ ହୋଇଛନ୍ତି । ୨୦୨୨ ଏପ୍ରିଲ୍‌ରେ ମୁମ୍ବାଇରେ ନଭାଲର ଏକ ଷ୍ଟାଡିୟମ୍‌ରେ ଆୟୋଜିତ ‘ ଡନ୍ ଟୁ ଡକ୍ଟ ପ୍ରତିଯୋଗିତାରେ ୧୨ ଘଣ୍ଟାରେ ୮୪ କିମିରେ ଦୌଡ଼ି ବିଜେତା ହୋଇ ସେ ବେଶ୍ ଚର୍ଚ୍ଚାରେ ରହିଛନ୍ତି । କେବଳ ଦୌଡ଼ ନୁହେଁ ସୁଇମିଂ , ବ୍ୟାଡ୍‌ମିଣ୍ଟନ୍ , ଗୋଲୁ , ମାଉଣ୍ଟେନ୍ ବାଇକିଙ୍ଗ , ହର୍ସ ରାଇଡିଂ , ସ୍କୋ ସ୍କିଙ୍ଗ୍‌ରେ ମଧ୍ୟ ସେ ନିପୁଣ । ଏଥ୍‌ସହ ସିଲେଇ ଏବଂ ଚିତ୍ରାଙ୍କନ ମଧ୍ୟ ଜାଣିଥିବା ସେ କହିଛନ୍ତି । ପରିବାରର ସମର୍ଥନ ମିଳିଥିବା ବେଳେ ସ୍ଵାମୀଙ୍କ ପ୍ରେରଣା ହିଁ ତାଙ୍କୁ ସଫଳତା ଆଣିଦେଇଥିବା ଅରୁଣା କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com