ଅନ୍ୟାନ୍ୟ

ନକଲି ସ୍କ୍ରିନସଟ୍‌‌ ଦେଖାଇ ଠକି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା

ଭୁବନେଶ୍ୱର, ୩୦/୦୪/୨୦୨୩ –    ଅନଲାଇନ ଠକେଇର ନୂଆ ଉପାୟ । ନକଲି ସ୍କ୍ରିନସଟ୍‌‌ ଦେଖାଇ ଠକି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ରାଜଧାନୀ ଭୁବନେଶ୍ୱର ସମେତ ଦେଶର ଏକାଧିକ ସହରରେ ଏବେ ନକଲି ସ୍କ୍ରିନ୍‌‌ସଟ୍‌‌ ଠକେଇ ଦିନକୁଦିନ ବଢ଼଼ିବାରେ ଲାଗିଲାଣି । ସୁନା ଦୋକାନୀ ଠାରୁ ଆରମ୍ଭ କରି ଏସି ଦୋକାନୀଙ୍କୁ ଟଙ୍କା ପୈଠ ହୋଇଥିବାର ନକଲି ସ୍କ୍ରିନ୍‌‌ସଟ୍‌‌ ଦେଖାଇ ଟଙ୍କା ଠକି ନେଉଛନ୍ତି ଦୁର୍ବୃତ୍ତ ।

ତେବେ ଏହି ପ୍ରକାରେ ଲୁଟୁଛନ୍ତି ଠକ । ପୂର୍ବ ଯୋଜନା ମୁତାବକ ଫଟୋସପ୍‌‌ କିମ୍ବା ଫେକ୍‌‌ ମେସେଜ୍‌‌ରେ ୫୦ ହଜାର କିମ୍ବା ଲକ୍ଷେ ଟଙ୍କାର ନକଲି ସ୍କ୍ରିନ୍‌‌ସଟ୍‌‌ ପ୍ରସ୍ତୁତ କରୁଛନ୍ତି ଦୁର୍ବୃତ୍ତ । ସୁନା ଦୋକାନରୁ ୫୦ହଜାର କିମ୍ବା ଲକ୍ଷେ ଟଙ୍କା ସୁନା ଗହଣା କିଣୁଛନ୍ତି । ଦୋକାନୀର ବିଶ୍ୱାସଭାଜନ ଲାଗି ପ୍ରଥମେ ୧୦ ଟଙ୍କା ଆକାଉଣ୍ଟକୁ ପଠାଇ ଭରସା ଜିତୁଛନ୍ତି ।

ପରେ ଗହଳିର ସୁଯୋଗ ଓ ନେଟ୍‌‌ୱାର୍କ ସମସ୍ୟା ଥିବା ଦର୍ଶାଇ ନକଲି ସ୍କ୍ରିନ୍‌‌ସଟ୍‌‌ ଦେଖାଇ ଖସି ପଳାଉଛନ୍ତି । ଫେକ୍‌‌ ସ୍କ୍ରିନ୍‌‌ସଟରେ ୫୦ ହଜାର, ଲକ୍ଷେ ଟଙ୍କା ପଠାଇଥିବା କହୁଥିଲେ ମଧ୍ୟ ଦୋକାନୀଙ୍କ ଆକାଉଣ୍ଟକୁ ଟଙ୍କା ଯାଉ ନ ଥିଲା। କେବଳ ସୁନା ଦୋକାନ ନୁହେଁ ବୈଦୁତିକ ସରଞ୍ଜାମ ଓ ଅନ୍ୟ ଦୋକାନରେ ବି ସମାନ ଧରଣର ଠକେଇ କରୁଥିବା ଅଭିଯୋଗ ହେଉଛି । ନିକଟରେ ୪୧ ହଜାର ଟଙ୍କା ଠକିଥିବା ଅଭିଷେକ ରଥ ନାମକ ଜଣେ କରିଥିବା ବ୍ୟକ୍ତିକୁ ଗିରଫ କରିଥିଲା ଖଣ୍ଡଗିରି ଥାନା ପୁଲିସ।

Related Articles

Back to top button
WP Twitter Auto Publish Powered By : XYZScripts.com