କ୍ରୀଡ଼ା

ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦

ମୁମ୍ବାଇ, ୦୩ /୦୧/୨୦୨୩ –   ଭ୍ରମଣକାରୀ ଶ୍ରୀଲଙ୍କା ସହ ଭାରତ ୩ ମ୍ୟାଚ୍‌‌ ବିଶିଷ୍ଟ ଟି-୨୦ ସିରିଜ୍‌‌ ମଙ୍ଗଳବାରଠାରୁ ଅନୁଷ୍ଠିତ ହେବାକୁ ଯାଉଛି । ଏହି ମ୍ୟାଚ୍‌‌ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ୍‌‌ରେ ଖେଳାଯିବ । ନୂଆ ଖେଳାଳି, ନୂଆ ଟିମ୍‌‌ ଓ ନୂଆ ମ୍ୟାନେଜମେଣ୍ଟ ସହ ଭାରତ ତାହାର ଟି-୨୦ ଅଭିଯାନ ଆରମ୍ଭ କରିବ । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏହି ନୂଆ ଭାରତୀୟ ଟି-୨୦ ଦଳର ନେତୃତ୍ୱ ନେବେ । ଏହି ସିରିଜ୍‌‌ରେ ଭାରତର ୩ ସୁପରଷ୍ଟାର ରୋହିତ ଶର୍ମା, ବିରାଟ କୋହଲି ଓ ଲୋକେଶ ରାହୁଲଙ୍କୁ ସାମିଲ କରାଯାଇ ନାହିଁ ।

ଏହି ସିରିଜ୍‌‌ରେ ଓପନିଂ ପାଇଁ ଇଶାନ କିସାନ ଓ ଋତୁରାଜ ଗାଏକ୍ୱାଡଙ୍କୁ ସୁଯୋଗ ମିଳିପାରେ । ନଂ-୩ରେ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଖେଳିବେ । ଅଭିଜ୍ଞ ୱିକେଟକିପର ସଞ୍ଜୁ ସାମସନଙ୍କୁ ନଂ-୪ରେ ଖେଳିବାକୁ ନିଶ୍ଚୟ ସୁଯୋଗ ମିଳିବ । ପାଣ୍ଡ୍ୟାଙ୍କ ସହ ଦୀପକ ହୁଦା, ୱାଶିଂଟନ ସୁନ୍ଦରଙ୍କୁ ଖେଳିବାର ସୁଯୋଗ ମିଳିଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଯୁଜବେନ୍ଦ୍ର ଚହଲ ଓ ଅକ୍ଷର ପଟେଲଙ୍କ ମଧ୍ୟରେ ଅନ୍ୟ ସ୍ଥାନ ଲାଗି ପ୍ରତିଦ୍ୱନ୍ଦ୍ୱିତା ହୋଇପାରେ । ସେହିପରି ପେସ ବୋଲିଂ ଦାୟିତ୍ୱରେ ହର୍ଷଲ ପଟେଲ, ଅର୍ଶଦୀପ ସିଂ ଓ ଉମ୍ରାନ ମଲ୍ଲିକ ରହିବେ ।

ଅନ୍ୟପଟେ ଆଜିର ମ୍ୟାଚରେ ଶ୍ରୀଲଙ୍କା ମଧ୍ୟ ବେଶିକିଛି ପରିବର୍ତ୍ତନ କରିବ ନାହିଁ ବୋଲି ଆଶା କରାଯାଉଛି । ଟି-୨୦ ବିଶ୍ୱକପ୍‌‌ ଖେଳିଥିବା ପ୍ରାୟ ସମସ୍ତ ଖେଳାଳି ପ୍ରଥମ ମ୍ୟାଚ୍‌‌ରେ ସୁଯୋଗ ପାଇବେ । କେବଳ କସୁନ ରଜିଥାଙ୍କ ସ୍ଥାନରେ ଦିଲସାନ ମଦୁଶଙ୍କାଙ୍କୁ ସାମିଲ କରା ଯାଇପାରେ । ପିଚ୍‌‌ ଦୃଷ୍ଟିରୁ ମ୍ୟାଚ୍‌‌ ନିଶ୍ଚିତ ହାଇସ୍କୋରିଂ ହେବ ବୋଲି ଆଶା କରା ଯାଇପାରେ ।

Related Articles

Back to top button
WP Twitter Auto Publish Powered By : XYZScripts.com