ଅନ୍ୟାନ୍ୟ
ସ୍ୱାଭାବିକ ହେଲା ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
![](https://i0.wp.com/odia.mobilenews24x7.com/wp-content/uploads/2023/01/LINGARAJ-TEMPLE-e1672646268421.jpg?resize=780%2C470&ssl=1)
ଭୁବନେଶ୍ୱର,୦୩ /୦୧/୨୦୨୩ – ୩ ଦିନ ପରେ ସ୍ୱାଭାବିକ ହେଲା ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ୨ ସେବାୟତ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ହୋଇଛି । ମଙ୍ଗଳବାର ସର୍କିଟ ହାଉସରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ବସିଥିବା ଜରୁରୀ ବୈଠକ ପରେ ନୀତିକାନ୍ତି ପାଇଁ ସମାଧାନର ବାଟ ବାହାରିଛି ।
ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ପକ୍ଷରୁ ନୀତିକାନ୍ତି ଆରମ୍ଭ କରାଯାଇଛି । ଏଣିକି ପ୍ରତି ମାସରେ ଥରେ ମିଟିଂ କରି ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ କାମ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ନୂଆ ବର୍ଷ ଦିନ ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଭୋଗ ମାରା ହେବାକୁ ନେଇ ଦେଖା ବିବାଦ ଦେଇଥିଲା ।