କ୍ରୀଡ଼ା

କେମିତି ଅଛି ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା,ସାମ୍ନାକୁ ଆସିଲା ବଡ଼ ଅପଡେଟ

ଭୁବନେଶ୍ୱର: ଇଣ୍ଡିଆ କ୍ରିକେଟ୍ ଦଳର ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କୁ ଚିକିତ୍ସା ପାଇଁ ମୁମ୍ବାଇ ସ୍ଥାନାନ୍ତର କରାଯାଇପାରେ। ବର୍ତ୍ତମାନ ତାଙ୍କର ଚିକିତ୍ସା ଦେହରାଡୁନର ଏକ ଡାକ୍ତରଖାନାରେ ଚାଲିଛି। ବାସ୍ତବରେ ସେ ୬ ଦିନ ପୂର୍ବରୁ ଦିଲ୍ଲୀ ନିଜ ଘରକୁ ଯାଉଥିବାବେଳେ କାର ଦୁର୍ଘଟଣାରେ ଆହତ ହୋଇଥିଲେ। ଏହା ପରେ ସେ ଦେହରାଡୁନର ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

ତେବେ କ୍ରିକେଟରଙ୍କ ଆଘାତକୁ ନେଇ ବିସିସିଆଇ ବହୁତ ଗମ୍ଭୀର ଦେଖାଯାଉଛି। ବିସିସିଆଇ ମଧ୍ୟ ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟର ବାରମ୍ବାର ଅପଡେଟ୍ ନେଉଛି । ଏଥି ସହ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ମଧ୍ୟ କ୍ରିକେଟରଙ୍କ ଠାରୁ ସରକାରଙ୍କ ସମସ୍ତ ସାହାଯ୍ୟ ବିଷୟରେ ଆଲୋଚନା କରିଛନ୍ତି।

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ସେ ଋଷଭଙ୍କ ସ୍ୱାସ୍ଥ୍ୟ ଉନ୍ନତି ବିଷୟରେ ଡାକ୍ତରଙ୍କଠାରୁ ସମ୍ପୂର୍ଣ୍ଣ ସୂଚନା ନେଇଥିଲେ। ପ୍ରାୟ ୧ ଘଣ୍ଟା ଧରି ମ୍ୟାକ୍ସ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ଋଷଭ ପନ୍ତଙ୍କ ମା ଏବଂ ଭଉଣୀଙ୍କୁ ଭେଟିଥିଲେ। ସେ କହିଥିଲେ ଯେ ଋଷଭଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସହାୟତା କରିବେ। ଚାଲିଥିବା ଚିକିତ୍ସାରେ ସମସ୍ତେ ସନ୍ତୁଷ୍ଟ ଅଛନ୍ତି। ଆମେ ପ୍ରାର୍ଥନା କରୁଛୁ ଯେ ସେ ଶୀଘ୍ର ସୁସ୍ଥ ହୁଅନ୍ତୁ।

 

Related Articles

Back to top button
WP Twitter Auto Publish Powered By : XYZScripts.com