ଓଡ଼ିଶା

ପୁରୀ ଆକାଶରେ ଶକ୍ତି ଦେଖାଉଛନ୍ତି ବାୟୁବୀର , ପାଗ ଖରାପ ସତ୍ତ୍ୱେ ଦର୍ଶକଙ୍କ ପ୍ରବଳ ଭିଡ଼

ସକାଳ ୧୦ଟାରୁ ପରାକ୍ରମ ଦେଖାଉଛନ୍ତି ବାୟୁବୀର । ପାଗ ଖରାପ ସତ୍ତ୍ୱେ ମଧ୍ୟ ପୁରୀ ବେଳା ଭୂମିରେ ପ୍ରବଳ ଭିଡ଼ ଦେଖାଦେଇଛି । ଲଢୁଆ ବିମାନର ଗର୍ଜନରେ ପ୍ରକମ୍ପିତ ହେଉଛି ପୁରୀ ଆକାଶ । ପୁରୀରେ ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ ପ୍ରଦର୍ଶିତ ହୋଇଛି । ପରାକ୍ରମ ଦେଖାଉଛନ୍ତି ୯ଟି ମାର୍କ-୧୩୨ ଫାଇଟର ଏୟାର କ୍ରାଫ୍ଟ । ବ୍ଲୁ ଫ୍ଲାଗ ବିଚ୍ ବେଳାଭୂମିରେ ବାୟୁସେନା ପକ୍ଷରୁ ହୋଇଛି ଚିତ୍ତାକର୍ଷକ ଏୟାର ସୋ । ବେଳାଭୂମି ଆକାଶରେ ୯ଟି ହକ ବିମାନ ନିଜ ନିଜର ଅଭିନବ କଳା କୌଶଳ ପ୍ରଦର୍ଶନ କରିଛନ୍ତି। ହକ ବିମାନଗୁଡିକ ଆରୋ, ଡ଼ାଇମଣ୍ଡ, ତେଜସ ଫର୍ମେସନରେ ଚମତ୍କାର କୌଶଳ ପ୍ରଦର୍ଶନ କରିଛନ୍ତି । ଏୟାର ଶୋ ଦେଖିବା ପାଇଁ ବେଳାଭୂମିରେ ପହଞ୍ଚିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ଭଳିକି ଭଳି ସମରକଳା ଦେଖାଉଛନ୍ତି ବାୟୁସେନା ସୂର୍ଯ୍ୟକିରଣ ଟିମର ସଦସ୍ୟ । ଯାହାକୁ ଦେଖିବା ପାଇଁ ବେଳଭୂମିରେ ଦର୍ଶକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ପ୍ରଥମେ ଭୁବନେଶ୍ୱରରେ ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ ହୋଇସାରିଛି । ଶନିବାର ପୁରୀ ବ୍ଲୁ ପ୍ଲାଗ୍ ବିଚ୍‌ରେ ସୂର୍ଯ୍ୟକିରଣ ଏୟାର ଶୋ ର ଫୁଲ ଡ୍ରେସ ରିହର୍ସଲ ହୋଇଥିଲା । ରବିବାର ସୂର୍ଯ୍ୟକିରଣ ଏୟାର ସୋ ହେବାର କିଛି ସମୟ ବିଳମ୍ବିତ ହୋଇଥିଲା । ପାଗରେ ସୁଧାର ଆସିବା ପରେ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏୟାର ସୋ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com