![](https://i0.wp.com/odia.mobilenews24x7.com/wp-content/uploads/2023/01/download-51.jpg?resize=300%2C168&ssl=1)
ଭୁବନେଶ୍ୱର: ଫିଲ୍ମ ଜଗତର ପ୍ରସିଦ୍ଧ ବ୍ୟକ୍ତିତ୍ୱ ଅନ୍ନୁ କପୁରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଖବର ଆସୁଛି ଯେ ତାଙ୍କର ହୃଦଘାତ ହୋଇଥିଲା। ସେ ସାର୍ ଗଙ୍ଗା ରାମ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଡାକ୍ତରମାନେ ଏପର୍ଯ୍ୟନ୍ତ ହୃଦଘାତକୁ ନିଶ୍ଚିତ କରିନାହାଁନ୍ତି। ଡାକ୍ତର କହିଛନ୍ତି ଯେ ଅନ୍ନୁ କପୁରଙ୍କ ଅବସ୍ଥା ଏବେ ସ୍ଥିର ରହିଛି। ଡାକ୍ତରମାନେ ତାଙ୍କର ଚିକିତ୍ସା କରୁଛନ୍ତି।
୬୬ ବର୍ଷୀୟ ଅନ୍ନୁ କପୁର, ଏକାଧାରାରେ ଜଣେ ଅଭିନେତା, ଗାୟକ, ନିର୍ଦ୍ଦେଶକ, ରେଡିଓ ଜକି ଏବଂ ଟେଲିଭିଜନ ହୋଷ୍ଟ।ସେ ୧୦୦ ରୁ ଅଧିକ ଚଳଚ୍ଚିତ୍ର ଏବଂ ଟିଭି ଶୋ’ରେ କାମ କରିଛନ୍ତି । ସେ ୪୦ ବର୍ଷ ଧରି ଅଭିନୟ ଜଗତରେ ସକ୍ରିୟ ଅଛନ୍ତି। ସେ ତାଙ୍କ କ୍ୟାରିୟରରେ ଦୁଇଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ଗୋଟିଏ ଫିଲ୍ମ ଫେୟାର ପୁରସ୍କାର ଏବଂ ବିଭିନ୍ନ ବର୍ଗରେ ଦୁଇଟି ଭାରତୀୟ ଟେଲିଭିଜନ ଏକାଡେମୀ ପୁରସ୍କାର ସହିତ ଅନେକ ପୁରସ୍କାର ହାତେଇଛନ୍ତି । ଅନ୍ନୁ କପୁରଙ୍କୁ ପ୍ରଥମ ଥର ପାଇଁ ଅମିତାଭ ବଚ୍ଚନଙ୍କ ୧୯୭୯ ଚଳଚ୍ଚିତ୍ର ‘କାଲା ପଥର୍’ରେ ଦେଖିବାକୁ ମିଳିଥିଲା।
ମିଡିଆ ରିପୋର୍ଟ ଅନୁଯାୟୀ, ଅନ୍ନୁ କପୁରଙ୍କ ୪ ସନ୍ତାନ ଅଛନ୍ତି ଏବଂ ତାଙ୍କ ପତ୍ନୀଙ୍କ ନାମ ଅନୁପମା। ତାଙ୍କର ପ୍ରକୃତ ନାମ ଅନିଲ କପୁର। ଫିଲ୍ମ ‘ତେଜାବ’ରେ କାମ କରୁଥିବାବେଳେ ସେ ଅନୀଲ କପୁରଙ୍କ ନାମ ଅନ୍ନୁ କପୁରରେ ପରିବର୍ତ୍ତନ କରିଥିଲେ, ଯାହାଫଳରେ ଅଭିନେତା ଅନିଲ କପୁରଙ୍କ ସହ ତାଙ୍କ ନାମକୁ ନେଇ ଜେମିତି ଲୋକଙ୍କ ମଧ୍ୟରେ କୌଣସି ଦ୍ୱନ୍ଦ୍ୱ ନହୁଏ।