କ୍ରୀଡ଼ା

ଅଣ୍ଡର–୧୯ ବିଶ୍ୱକପ ଫାଇନାଲ ମ୍ୟାଚ୍ ପୂର୍ବରୁ ଗିରୁମନ୍ତ୍ର ଦେଲେ ବିରାଟ କୋହଲି : ବିରାଟ କ’ଣ କହିଲେ ଯୁବ ଖେଳାଳିଙ୍କୁ . . .

ନୂଆଦିଲ୍ଲୀ :  ଅଣ୍ଡର-୧୯ ବିଶ୍ୱକପରେ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଦଳ ଚାମ୍ପିଅନସିପ୍ ପାଇଁ ଶନିବାର ଇଂଲଣ୍ଡ ସହ ଲଢେଇ କରିବ । ଏହି ବଡ ମୁକାବିଲା ପୂର୍ବରୁ ରନ୍ ମେସିନ୍ ବିରାଟ କୋହଲି ଯୁବ ଖେଳାଳିଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଭିଡିଓ କଲରେ ସେମାନଙ୍କୁ ବିରାଟ ଟିପ୍ସ ଦେଇଛନ୍ତି । ଏହାସହ କଥା ମଧ୍ୟ ହୋଇଛନ୍ତି । ବିରାଟଙ୍କ ନେତୃତ୍ୱରେ ଭାରତ ୨୦୦୮ରେ ଅଣ୍ଡର-୧୯ ବିଶ୍ୱକପ ଜିତିଥିଲା ।

ଅଣ୍ଡର-୧୯ ଟିମ୍‌ର କୌଶଳ ତାମ୍ବେ ଓ ରାଜବର୍ଧନ ହାଙ୍ଗରଗେକର ବିରାଟ କୋହଲିଙ୍କ ସହ କଥା ହୋଇଛନ୍ତି । ଯାହାର ଭିଡିଓ ସେମାନେ ଇନଷ୍ଟାଗ୍ରାମ ଷ୍ଟୋରୀରେ ପ୍ରଦାନ କରିଥିଲେ । ରାଜବର୍ଦ୍ଧନ ଲେଖିଥିଲେ ଯେ, ବିରାଟ ଭାଇଙ୍କ ସହ କଥା ହୋଇ ଭଲ ଲାଗୁଛି । ସେ ନିଜ ଜୀବନ ଓ କ୍ରିକେଟ ବାବଦରେ ଅନେକ କିଛି କହିଥିଲେ । ଯାହା ସେମାନଙ୍କୁ ଅନେକ ସାହାଯ୍ୟ କରିବ । ସେହିପରି କୌଶଳ ବିରାଟଙ୍କୁ ମହାନ ଖେଳାଳି କହିଛନ୍ତି । ସେ କହିଛନ୍ତି ଯେ, ଫାଇନାଲରେ ବିରାଟଙ୍କ ଟିପ୍ସ ଲାଭ ଦେବ ।

ସୂଚନାଯୋଗ୍ୟ, ୟଶ ଧୁଲଙ୍କ ନେତୃତ୍ୱରେ ଭାରତ ଫାଇନାଲରେ ଇଂଲଣ୍ଡକୁ ଭେଟିବ ।  ଦଳ ସେମି ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା । ଦଳ ଏବେ ପଞ୍ଚମଥର ପାଇଁ ଟ୍ରଫି ଜିତିବା ଲକ୍ଷ୍ୟରେ ରହିଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com