ଅନ୍ତର୍ଜାତୀୟ

ଭ୍ଲୋଦିମିର ଜେଲେନ୍ସଙ୍କିଙ୍କୁ ୩ ଥର ହତ୍ୟା ଉଦ୍ୟମ: ପରଦା ପଛରେ ରହିଛି ୱାଗନର ଗୋଷ୍ଠୀ

ନୂଆଦିଲ୍ଲୀ:ଋଷ ଓ ୟୁକ୍ରେନ ସେନାଙ୍କ ମଧ୍ୟରେ ଏବେ ବି ଚାଲିଛି ଲଢେଇ । ଆଉ ଦୁଇଟି ଯାକ ଦେଶ ପରସ୍ପରର ମାତ୍ରାଧିକ କ୍ଷତି କରିଥିବା ଦାବି କରୁଛନ୍ତି । ହେଲେ ଏହା ଭିତରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ୟୁକ୍ରେନ ରାଷ୍ଟ୍ରପତି ଭଲଦୋମୀର ଜେଲେନସ୍କିଙ୍କୁ ହତ୍ୟା କରିବା ପାଇଁ ତିନି ତିନି ଥର ପ୍ରୟାସ କରାଯାଇଥିବା ଜଣାପଡିଛି । ଟାଇମ୍ସ ଅଫ ଲଣ୍ଡନରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଋଷ ସୈନିକ ଯେବେଠୁ ଆକ୍ରମଣ କରିବା ଆରମ୍ଭ କଲେଣି ସେବେଠୁ ୟୁକ୍ରେନ ରାଷ୍ଟ୍ରପତିଙ୍କ ଉପରେ ତିନି ଥର ହତ୍ୟା ଆକ୍ରମଣ ଚେଷ୍ଟା ହୋଇଛି । ଦୁଇ ଭିନ୍ନ ଭିନ୍ନ ଗୋଷ୍ଠୀଙ୍କ ଦ୍ୱାରା ଏହି ଚେଷ୍ଟା କରାଯାଇଥିବା ବେଳେ ଏଥିରେ ବିଫଳ ହୋଇଛନ୍ତି । ଏହି ଦୁଇଟି ପ୍ରୟାସ ପଛରେ କ୍ରେମଲିନ ସମର୍ଥିତ ବ୍ୟାଗନର ସମୂହଙ୍କ ହାତ ଥିବା ପ୍ରକାଶ ପାଇଛି ।

ଯଦି ସେମାନେ ଏଥିରେ ସଫଳ ହୋଇଥାନ୍ତେ ତେବେ ଋଷ ହତ୍ୟା ଷଡଯନ୍ତ୍ରରେ ସାମିଲ ଥିବା ନେଇ ହୁଏତ ମନା କରିପାରିଥାନ୍ତା । ୟୁକ୍ରେନ ରାଜଧାନୀରେ ଏବେ ବି ୪୦୦ରୁ ଅଧିକ ବ୍ୟାଗନର ସମୂହଙ୍କ ସଦସ୍ୟ ଆକ୍ଟିଭ ରହିଛନ୍ତି ଏବଂ ସେମାନେ ୟୁକ୍ରେନର ୨୪ ଅଧିକାରୀଙ୍କୁୁଦ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିଥିବା ସୂଚୀ ବନାଇଛନ୍ତି । ଉଦ୍ଦେଶ୍ୟ ହେଉଛି ହତ୍ୟାରେ ସଫଳ ହେବା ପରେ ସରକାର ଭାଙ୍ଗିବା ସହ ଅସ୍ଥାୟୀ ହୋଇଯିବେ । ୪୪ ବର୍ଷୀୟ ଜେଲେନସ୍କି ଶନିବାର କିବ ରେ ନିଜ ଉପରେ ହେବାକୁ ଥିବା ଏକ ହତ୍ୟା ଆକ୍ରମଣକୁ ବିଫଳ କରାଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com