Breaking NewsFeaturedରାଜନୀତି

ରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆ । ୫ବର୍ଷ ତଳର ମାମଲାରେ ହାଜର ପାଇଁ ନୋଟିସ ।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ପାଇଁ ପୁଣି ବଢିଲା ଅଡୁଆ । ୫ବର୍ଷ ତଳର ମାମଲାକୁ ନେଇ କୋର୍ଟଙ୍କ ସମନ । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଆପତିଜନକ ମନ୍ତବ୍ୟ ଦେଇ ଥିବା ଅଭିଯୋଗରେ କରାଯାଇଛି ନୋଟିସ୍ । ପୂର୍ବରୁ ଶିନିବାର ହାଜର ପାଇଁ ରାହୁଲଙ୍କୁ କୁହାଯାଇଥିଲେ ମଧ୍ୟ ସେ ହାଜର ହୋଇନଥିଲେ । ଫଳରେ ପୁନର୍ବାର ସମନ କରିଛି ଉତରପ୍ରଦଶ ସୁଲତାନପୁରରେ ଥିବା ଏମପି-ଏମଏଲଏ କୋର୍ଟ । ଜାନୁଆରୀ ୬ରେ ହାଜର ହେବାକୁ ଦିଆଯାଇଛି ନିଦେ୍ର୍ଦଶ । ଏହି ମାମଲା ୨୦୧୮, ଅଗଷ୍ଟ ୪ରେ ଦାଖଲ ହୋଇଥିଲା । ବିଜେପି ନେତା ବିଜୟ ମିଶ୍ର ରୁଜୁ କରିଥିଲେ ଏହି ମାମଲା । ଯେଉଁଥିଲେ ଅଭିଯୋଗ ହୋଇଥିଲା କି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଉପରେ ଆପତିଜନକ ଶଦ୍ଦ ବ୍ୟବହାର କରିଛନ୍ତି ରାହୁଲ ଗାନ୍ଧୀ ।

ଏନେଇ ନଭେମ୍ବର ୧୮ରେ ବିଚାରପତି ଯୋଗେଶ ଯାଦବ ଉଭୟ ପକ୍ଷର ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ । ଏଥିସହ ନଭେମ୍ବର ୨୭ରେ ମାମଲାର ଶୁଣାଣୀ କରି ଡିସେମ୍ବର ୧୬ରେ ହାଜର ହେବାକୁ ନିଦେ୍ର୍ଦଶ ଦେଇଥିଲେ । ହେଲେ ରାହୁଲ ଯାଇ ନାଥିବାରୁ ଜାନୁଆରୀ ୬ରେ ହାଜର ପାଇଁ ପୁଣିଥରେ ସମନ କରାଯାଇଥିବା କହିଛନ୍ତି ବିଜୟ ମିଶ୍ରାଙ୍କ ଓକିଲ ସନ୍ତୋଷ ପାଣ୍ଡେ । ଏଠାରେ କହି ରଖୁଛୁ ଯେ, ରାହୁଲ ଗାନ୍ଧି ଗୋଟିଏ ଜନସଭାରେ ଅମିତ ଶାହଙ୍କୁ ଟାର୍ଗେଟ କରିଥିଲେ। ସେତେବେଳେ ଅମିତ ଶାହ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିଲେ। ରାହୁଲ ଗାନ୍ଧି କହିଥିଲେ ଯେ ବିଜେପି ସବୁବେଳେ ସ୍ୱଚ୍ଛ ଓ ସଚ୍ଚୋଟ ରାଜନୀତିର କଥା କହୁଛି। ହେଲେ ଦଳର ସଭାପତି ଜଣେ ହତ୍ୟା ଅଭିଯୁକ୍ତ। ବାସ୍ ଏହି ବୟାନ ପାଇଁ ରାହୁଲଙ୍କ ନାଁରେ ମାମଲା କରାଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com