ଅନ୍ୟାନ୍ୟ

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ଏତଲା ଦେଲେ IIC

ଭୁବନେଶ୍ୱର, ୩୦ /୦୧/୨୦୨୩ –    ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ଘଟଣାରେ ଏତଲା ଦେଇଛନ୍ତି ବ୍ରଜରାଜନଗର ଥାନା IIC ପ୍ରଦ୍ୟୁମ୍ନ ସ୍ୱାଇଁ । ହତ୍ୟା ଉଦ୍ଦେଶ୍ୟରେ ASI ଗୋପାଳକୃଷ୍ଣ ଅତି ନିକଟରୁ ନବ ଦାସଙ୍କୁ ଗୁଳି କରିଥିଲେ । ରବିବାର ଦିନ ୧୨ଟା ୧୫ରେ ନବଙ୍କୁ ସର୍ଭିସ ପିସ୍ତଲରୁ ଅତି ନିକଟରୁ ଗୁଳିମାଡ଼ କରା ଯାଇଥିଲା । ଗୁଳି ନବଙ୍କ ଛାତିରେ ବାଜିବା ପରେ ସେ ପଡ଼ି ଯାଇଥିଲେ । ଗୁଳିମାଡ଼ ପରେ ପ୍ରବଳ ରକ୍ତସ୍ରାବ ହୋଇଥିଲା।

ଏତଲା ଅନୁସାରେ ASI ଗୋପାଳ ଗତକାଲି ଟ୍ରାଫିକ୍ କ୍ଲିୟରାନ୍ସ ଦାୟିତ୍ୱରେ ଥିଲେ । ମନ୍ତ୍ରୀ ଗାଡ଼ିରୁ ଓହ୍ଲାଇବା ବେଳେ ସେ ତାଙ୍କ ନିକଟକୁ ଚାଲି ଯାଇଥିଲେ । ଗୋପାଳକୁ କାବୁ କରିଥିଲେ ପୋଲିସ ଅଧିକାରୀ । ସେହି ସମୟରେ ଆଉ ୨ରାଉଣ୍ଡ ଗୁଳି ଚଳାଇଥିଲା ଗୋପାଳ । ଦ୍ବିତୀୟ ଥର ଗୁଳିମାଡ଼ ବେଳେ IIC ଙ୍କ ଆଙ୍ଗୁଳିରେ ଗୁଳି ବାଜିଥିଲା ।

ସେହିପରି କଳିଙ୍ଗନଗରର ଜୀବନଲାଲ ନାୟକ ନାମକ ଜଣେ ବ୍ୟକ୍ତି ଗୁଳିମାଡ଼ରେ ଆହତ ହୋଇଥିବା FIRରେ ଉଲ୍ଲେଖ ରହିଛି । ଘଟଣା ପରେ ଅଭିଯୁକ୍ତ ଗୋପାଳକୃଷ୍ଣ ହାତରୁ ପିସ୍ତଲ ଛଡ଼ାଇଥିଲେ ପୋଲିସ ଅଧିକାରୀ । ଗୁରୁତର ଅବସ୍ଥାରେ ମନ୍ତ୍ରୀ ନବକିଶୋର ଦାସ ଓ ଅନ୍ୟ ଆହତଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଯାଇଥିଲା ।  ଏହି ଘଟଣାରେ ସୁନ୍ଦରଗଡ଼ ରିଜର୍ଭ ବାରାକରେ ଅଭିଯୁକ୍ତ ଗୋପାଳକୃଷ୍ଣଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଜେରା କରୁଛନ୍ତି ସ୍ୱତନ୍ତ୍ର ଟିମ୍ ।

Related Articles

Back to top button
WP Twitter Auto Publish Powered By : XYZScripts.com