ଅନ୍ୟାନ୍ୟ
ଯାତ୍ରୀବାହୀ ବସ ଓ ହାଇଓ୍ବା ଧକ୍କା; ୫ ଗୁରୁତର
![](https://i0.wp.com/odia.mobilenews24x7.com/wp-content/uploads/2022/12/Accident-pics-e1672465324688.webp?resize=780%2C470&ssl=1)
ଭୁବନେଶ୍ୱର, ୦୩/୦୨/୨୦୨୩ – ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ସହରର ବାମନା ଶାଳ ନିକଟରେ ହଇୱା ଓ ବସ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୫ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାବେଳେ ୧୫ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହତ ହେଇଥିବା ଜଣାପଡ଼ିଛି ।
ଶୁକ୍ରବାର କଲ୍ୟାଣୀ ନାମକ ଘରୋଇ ବସ କରଞ୍ଜିଆ ବ୍ଲକ ହାତୀବାରି ଠାରୁ କରଞ୍ଜିଆ ସହର ଅଭିମୁଖେ ଆସୁଥିବାବେଳେ ଏକ ବାଲି ବୋଝେଇ ହାଇୱା ନମ୍ୱର OD ୧୬ ଏ ୦୭୯୦କୁ ପଛ ପଟୁ ଧକ୍କା ଦେବା ଫଳରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା ।
ଖବର ପାଇ ୩ ଟି ୧୦୮ ଆମ୍ବୁଲାନ୍ସ ସହିତ ପୁଲିସ ମଧ୍ୟ ନିଜ ଗାଡିରେ ସମସ୍ତ ଆହତଙ୍କୁ ଉଦ୍ଧାର କରି କରଞ୍ଜିଆ ମେଡିକାଲରେ ଭର୍ତ୍ତି କରିଛି । ଘଟଣା ସ୍ଥଳରେ ପୁଲିସ ତଦନ୍ତ ଆରମ୍ଭ କରିଛି ।