ବାଣିଜ୍ୟ

ଏ ହେଉଛି ଦୁନିଆର ସବୁଠୁ ଦାମୀ ୧୦ ଲାପଟପ୍, ଦାମ ଏତେ ଯେ କିଣିଦେବେ ୨୮ ମହଲା ଘର !

ଭୁବନେଶ୍ୱର, ୦୬/୦୨/୨୦୨୩ –   ଆଜିର ସମୟରେ, ସମସ୍ତଙ୍କ ପାଖରେ ଲାପଟପ୍ ଅଛି। ଅଧ୍ୟୟନରୁ ଅଫିସ୍ କାର୍ଯ୍ୟ ପର୍ଯ୍ୟନ୍ତ ଭିଡିଓ ଏଡିଟିଂରୁ ବ୍ୟବସାୟ କାର୍ଯ୍ୟ ପର୍ଯ୍ୟନ୍ତ ଲାପଟପରେ କରାଯାଇଥାଏ। ଆମ ମଧ୍ୟରେ ଲାପଟପ୍ ଏକ ସାଧାରଣ ଉପକରଣ ହୋଇପାରିଛି। ଏହା ଏତେ ସାଧାରଣ ଯେ ଆପଣ କମ ମୂଲ୍ୟରେ ମଧ୍ୟ ଘରକୁ ଆଣିପାରିବେ, କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଦୁନିଆର ସବୁଠାରୁ ମହଙ୍ଗା ଲାପଟପ୍ କ’ଣ ? ଆଜି ଆମେ ଆପଣଙ୍କୁ ଦୁନିଆର ପ୍ରାୟ ୧୦ ଟି ଲାପଟପ୍ ବିଷୟରେ କହିବାକୁ ଯାଉଛୁ, ଯାହା ସବୁଠାରୁ ମହଙ୍ଗା ଅଟେ।

Alienware Area 51 M15X: ଏହି ଲାପଟପ୍ ତାଲିକାର ୧୦ ନମ୍ବରରେ ଅଛି । ଏହାର ମୂଲ୍ୟ ହେଉଛି ୪,୧୦,୦୦୦ ଟଙ୍କା। ଏହି ଲାପଟପ୍ ଦୁନିଆର ସବୁଠାରୁ ଲୋକପ୍ରିୟ ଗେମିଙ୍ଗ ଲାପଟପ୍ ବ୍ରାଣ୍ଡ ରୁ ଆସିଛି।

Rock Extreme SL8 : ଏହି ଲାପଟପ୍ ହେଉଛି ଦୁନିଆର ନବମ ମହଙ୍ଗା ଲାପଟପ୍ । ଏହାର ମୂଲ୍ୟ ପ୍ରାୟ ୪,୫୦,୦୦୦ ଟଙ୍କା। ଏହା ମଧ୍ୟ ଏକ ଗେମିଙ୍ଗ ଲାପଟପ୍ ।

Stealth MacBook Pro : ଏହି ଲାପଟପ୍ ଟପ୍ ୧୦ ମହଙ୍ଗା ଲାପଟପ୍ ତାଲିକାର ୮ ନମ୍ବରରେ ରହିଛି । ଏହାର ମୂଲ୍ୟ ୬,୦୦୦ ଡଲାର ଅର୍ଥାତ ପ୍ରାୟ ୪,୯୦,୦୦୦ ଟଙ୍କା ।

Voodoo Envy H171: ଏହି ଲାପଟପ୍ ହେଉଛି ଦୁନିଆର ସପ୍ତମ ମହଙ୍ଗା ଲାପଟପ୍। ଏହାର ମୂଲ୍ୟ ହେଉଛି ୮,୫୦୦ ଡଲାର ଅର୍ଥାତ ପ୍ରାୟ ୬,୯୦,୦୦୦ ଟଙ୍କା ।

EGO for Bentley : ଏହି ଲାପଟପ୍ ଦୁନିଆର ଷଷ୍ଠ ମହଙ୍ଗା ଲାପଟପ୍ । ଏହାର ମୂଲ୍ୟ ୨୦,୦୦୦ ଡଲାର ପ୍ରାୟ ୧୬,୪୦,୦୦୦ ଟଙ୍କା। ବ୍ରିଟିଶ ବିଳାସପୂର୍ଣ୍ଣ କାର ନିର୍ମାତା ବେଣ୍ଟଲି ଏବଂ ଇଗୋ ଦ୍ୱାରା ସହଭାଗିତାରେ ଏହା ନିର୍ମାଣ କରାଯାଇଛି। ଏହାକୁ ହୀରା ଏବଂ ଧଳା ସୁନାରେ ସଜାଯାଇଛି।

Bling My Thing’s “Golden Age” MacBook Air : ଏକ ଲମ୍ବା ନାମ ଥିବା ଏହି ଲାପଟପ୍ ଏହି ତାଲିକାରେ ପାଞ୍ଚ ନମ୍ବରରେ ଅଛି। ଏହାର ମୂଲ୍ୟ ହେଉଛି ୨୬,୦୦୦ ଡଲାର ଅର୍ଥାତ ପ୍ରାୟ ୨୧,୩୦,୦୦୦ ଟଙ୍କା । ଏହା ୨୦୦୮ ରେ ବିଶ୍ୱର ସର୍ବବୃହତ କମ୍ପ୍ୟୁଟର ଏକ୍ସପୋ CeBIT ରେ ମୁକ୍ତିଲାଭ କରିଥିଲା। ଏହା ୨୪-କରାଟ ସୁନା ରେ ସଜାଯାଇଛି ।

MacBook Pro 24 Karat Gold : ଏହି ଲାପଟପ୍ ହେଉଛି ଦୁନିଆର ଚତୁର୍ଥ ମହଙ୍ଗା ଲାପଟପ୍। ଏହାର ମୂଲ୍ୟ ହେଉଛି ୩୦,୦୦୦ ପ୍ରାୟ ଅର୍ଥାତ ୨୪,୬୦,୦୦୦ ଟଙ୍କା। ଲାପଟପ୍ କୁ ୨୪ କରାଟ ସୁନାରେ ସଜାଯାଇଛି। ଲାପଟପ୍ ର ଆପଲ୍ ଲୋଗୋ ଏକ ହିରୋ ସହିତ ସଜାଯାଇଛି।

Tulip E-GO Diamond : ତାଲିକାରେ ତିନି ନମ୍ବରରେ ଆସୁଥିବା ଏହି ଲାପଟପ୍ ର ମୂଲ୍ୟ ହେଉଛି ୩୫୫,୦୦୦ ଡଲାର ଅର୍ଥାତ ପ୍ରାୟ ୨୯,୧୯,୦୦୦ ଟଙ୍କା।ଏହା ଏକ ଲେଡିଙ୍କ ହ୍ୟାଣ୍ଡବ୍ୟାଗ୍ ପରି ଦେଖାଯାଏ, ଏବଂ ସେପରି ଡିଜାଇନ୍ ହୋଇଛି। ଏହା ଏକ ଲାପଟପ୍ ଅପେକ୍ଷା ଅଧିକ ଫ୍ୟାଶନ୍ ଆସେସୋରିଜ୍। ଧଳା ସୁନାରେ ନିର୍ମିତ ଏବଂ ଉଜ୍ଜ୍ୱଳ କଟା ହୀରା ସହିତ ସୁସଜ୍ଜିତ।

Luvaglio : ଦୁଇ ନମ୍ବରରେ ଆସୁଥିବା ଏହି ଲାପଟପ୍ ର ମୂଲ୍ୟ ହେଉଛି ୧ ମିଲିୟନ୍ ଡଲାର୍ ଅର୍ଥାତ ୧ କୋଟି। ଦୁନିଆର ବିରଳ ହୀରା ଏଥିରେ ପାୱାର ବଟନ୍ ଭାବରେ ସ୍ଥାପିତ ହୋଇଛି।

MJ’s Swarovski & Diamond Studded Notebook: ଶେଷରେ ଆମେ ଦୁନିଆର ସବୁଠାରୁ ଦାମୀ ଲାପଟପ୍ କୁ ଆସିଛୁ। ଦୁନିଆର ସବୁଠୁ ଦାମୀ ଲାପଟପ୍ ର ମୂଲ୍ୟ ହେଉଛି ୩.୫ ମିଲିୟନ୍ ଡଲାର୍ ଅର୍ଥାତ ଭାରତୀୟ ମୁଦ୍ରା ଅନୁଯାୟୀ ପ୍ରାୟ ୨୮,୭୮,୨୦,୦୦୦ ଟଙ୍କା। କହିବାକୁ ଗଲେ ପ୍ରାୟ ୨୮ କୋଟି ଟଙ୍କା। ପ୍ରଶ୍ନ ହେଉଛି ଏହି ଲାପଟପ୍ ଏତେ ମହଙ୍ଗା କାହିଁକି ? କାରଣ ଏହି ଲାପଟପ୍ ଏବଂ ମାଉସରେ ଶହ ଶହ ଧଳା ଏବଂ କଳା ହୀରା ଲଗାଯାଇଛି ଯେଉଁଥିପାଇଁ ଏହାର ମୂଲ୍ୟ ମହଙ୍ଗା ।

Related Articles

Back to top button
WP Twitter Auto Publish Powered By : XYZScripts.com