ଅନ୍ୟାନ୍ୟ

ପୋଡ଼ା ବେଙ୍ଗ ଖାଇ ବାଳିକା ମୃତ

ଭୁବନେଶ୍ୱର, ୧୨/୦୨/୨୦୨୩ –    ପୋଡ଼ା ବେଙ୍ଗ ଖାଇ ବାଳିକାଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ । ମୃତ ବାଳିକା ଜଣଙ୍କ ହେଲେ ସୁମିତ୍ରା ମୁଣ୍ଡା ।  ସେହିପରି ଅନ୍ୟ ଜଣେ ଗୁରୁତର ହୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ବାମେବାରୀ ଥାନା ଅନ୍ତର୍ଗତ ଗୁରୁଡ଼ା ଗ୍ରାମରେ ଗୁରୁବାର ରାତିରେ ଏକ ବେଙ୍ଗ ମୁନା ମୁଣ୍ଡାଙ୍କ ଘର ଭିତରକୁ ପଶି ଆସିଥିଲା । ବେଙ୍ଗଟିକୁ ମୁନା ମାରିବା ସହ ଏହାକୁ ପୋଡ଼ି ଦୁଇ ଝିଅଙ୍କ ସହ ଖାଇଥିଲେ । ହେଲେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଦୁଇ ଝିଅ ବାନ୍ତି କରିବା ସହ ଅସୁସ୍ଥ ହୋଇ ପଡ଼ିଥିଲେ । ପରଦିନ ସକାଳେ ଉଭୟଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ସେଠାରେ ଶୁକ୍ରବାର ରାତିରେ ସୁମିତ୍ରାଙ୍କ ମୃତ୍ୟୁ ଘଟିଥିଲା ।

ସୂଚନାଯୋଗ୍ୟ, ବେଙ୍ଗ ବିଷାକ୍ତ ହୋଇ ନଥିବା ବେଳେ ଏହାକୁ ବହୁ ସ୍ଥାନରେ ଲୋକେ ଖାଇଥାନ୍ତି । ହେଲେ ଏଠାରେ ବେଙ୍ଗ ଖାଇ କାହିଁକି ବାଳିକାଟିର ମୃତ୍ୟୁ ଘଟିଲା ତାହା ଯାଞ୍ଚରୁ ଜଣାପଡିବ ବୋଲି ତଦନ୍ତ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି । ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com