ଅନ୍ୟାନ୍ୟ

ବିଜେଡି ନେତା ଅରୂପ ପଟ୍ଟନାୟକ ଦେଲେ ବିବାଦୀୟ ବୟାନ

ଭୁବନେଶ୍ୱର, ୧୬/୦୨/୨୦୨୩ –    ଭୁବନେଶ୍ୱର BMC କାର୍ଯ୍ୟାଳୟ ସାମ୍ନାରେ ଚାଲିଥିବା BJDର ପ୍ରତିବାଦ ସଭାରେ, ଏକ ବିବାଦୀୟ ବୟାନ ରଖିଛନ୍ତି ବିଜେଡି ନେତା ଅରୂପ ପଟ୍ଟନାୟକ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ନାଁ ନନେଇ, ତାଙ୍କୁ ଧମକ ଦେଇଛନ୍ତି  ଅରୁପ । ଜୟନାରାୟଣଙ୍କ ନାଁ ନନେଇ ଅରୂପ କହିଛନ୍ତି- ଯେଉଁ ଲୋକ ଧକ୍କା ମାରୁଥିଲେ ସେ ମୋ ହାବୁଡ଼ରେ ପଡ଼ିନି । ନହେଲେ ଅବସ୍ଥା କ’ଣ ହୋଇଥାନ୍ତା ସେ ଠିକ୍ ଜାଣିଛନ୍ତି ।

ଜାମିନବିହୀନ ଗିରଫ ପରୱାନା ସତ୍ୱେ ସେ ଲୋକ କେମିତି ବାହାରେ ବୁଲୁଛନ୍ତି ବୋଲି ଅରୁପ ପ୍ରଶ୍ନ ଉଠାଇଛନ୍ତି । ନିଜେ ଧକ୍କା ମାରି ପୋଲିସ ଧକ୍କା ମାରିଛନ୍ତି ବୋଲି କହୁଛନ୍ତି । କିନ୍ତୁ ଭିଡ଼ିଓ ସମସ୍ତେ ଦେଖିଛନ୍ତି, ସତ କଣ ସମସ୍ତେ ଜାଣିଛନ୍ତି । କେବଳ ସେତିକି ନୁହେଁ ପ୍ରଥମେ ଆକ୍ସନ୍ ଏବଂ ପରେ ସେକ୍ସନ୍ ବୋଲି ଅରୂପ କହିଛନ୍ତି ।

ଅରୂପ କହିଛନ୍ତି, ଏହି ଘଟଣାରେ ଯେତେ ସବୁ ଦଫା ଲାଗିବ ତାହା ନନବେଲେବୁଲ୍ । ଅଧିକ ଭଦ୍ର ହେଲେ ଏମାନେ ନାଲିଆଖି ଦେଖାଉଛନ୍ତି । ରାସ୍ତାଘାଟରେ ଏମାନଙ୍କୁ ଉଚିତ୍ ଜବାବ ଦେବା କଥା । କିନ୍ତୁ ଆମେ ଆଇନକୁ ହାତକୁ ନେବାନି । ସରକାର ଏହି ମାମଲାର ଉଚିତ୍ ପଦକ୍ଷେପ ନେବେ ବୋଲି କହିଛନ୍ତି ଅରୂପ ।

Related Articles

Back to top button
WP Twitter Auto Publish Powered By : XYZScripts.com