ଅନ୍ୟାନ୍ୟ

ଜାମୁଝରିରେ ନିର୍ମାଣ ହେବ ଦେଶର ସବୁଠୁ ବଡ଼ ଜେଲ

 ଭୁବନେଶ୍ୱର, ୧୭/୦୨/୨୦୨୩ –    ଭୁବନେଶ୍ୱରରେ ୫୦ ଏକର ପରିମିତ ଅଞ୍ଚଳରେ ହେବ ମଡେଲ ଜେଲ । ଯାହାକି ଦେଶର ସବୁଠୁ ବଡ଼ । ଜେଲ D.G ମନୋଜ ଛାବ୍ରା ତିହାର ଜେଲ ପରିଦର୍ଶନ କରି ଆସିବ ପରେ ପ୍ଲାନିଂ କରାଯାଉଛି । ପୋଲିସ ହାଉସିଂ କର୍ପୋରେସନ ଖୁବଶୀଘ୍ର ରାଜଧାନୀ ଉପକଣ୍ଠ ଜାମୁଝରିରେ ଏହାର ନିର୍ମାଣ କାମ ଆରମ୍ଭ କରିବ ।

ରାଜଧାନୀ ଉପକଣ୍ଠ ଜାମୁଝରିକୁ ଝାରପଡ଼ା ଜେଲ ଉଠିଯିବା ପରେ ଏଥିରେ ଅଣାଯିବ ସଂସ୍କାର । ସହର ଭିତରେ ଥିବାରୁ ଏହାକୁ ଜାମୁଝରିକୁ ଉଠାଇ ନିଆଯିବ । ନୂଆ ଜେଲରେ ବାୟୋମ୍ୟାଟ୍ରିକ ସିଷ୍ଟମ ରହିବା ସହ ୨ ବର୍ଷ ଭିତରେ ସରିବ ଅତ୍ୟାଧୁନିକ ଜେଲ କାମ ।

ଏହି ଜେଲର ପ୍ଲାନ ଦେଉଥିବା ଆର୍କିଟେକ୍ଟ USA ଗସ୍ତ କରିଛନ୍ତି । ଟ୍ରାନ୍ସଜେଣ୍ଡରଙ୍କ ପାଇଁ ସ୍ୱତନ୍ତ୍ର ସେଲ ଏବଂ ୱାର୍ଡର ହେବ ବ୍ୟବସ୍ଥା । ଏହି ସ୍ୱତନ୍ତ୍ର ଜେଲରେ ରହିବ ହସ୍ପିଟାଲ, ଆମ୍ଫି ଥିଏଟର,ଲାଇବ୍ରେରୀ, ଜିମ୍, ବେକରି ୟୁନିଟ୍, ଫୁଡ଼ ପ୍ରୋସେସିଂ ୟୁନିଟ୍, ମହିଳା କଏଦୀଙ୍କ ପାଇଁ ବଡ଼ ଜାଗା ରହିବ । ଜେଲ ଭିତରେ ରହିବ ୧୨୦ ବେଡର ହସ୍ପିଟାଲ ଓ ପାଥୋଲୋଜି ସେଣ୍ଟର । ଜେଲ କ୍ୟାମ୍ପସକୁ ପ୍ରଦୂଷଣ ମୁକ୍ତ ରଖିବାକୁ ହେବ ଅଭିନବ ପ୍ରୟାସ । ପ୍ରଥମ ଗ୍ରୀନ୍ ଜେଲ ହେବା ସହ ୦ କାର୍ବନ ଏମିଶନ ଓ ସ୍ମାର୍ଟ ଜେଲ ହେବ ଏହି ନୂତନ ଜେଲ । 5T ଅଧୀନରେ ଜେଲ ବିଭାଗରେ ହେଉଛି ଆମୂଳଚୂଳ ପରିବର୍ତ୍ତନ ।

ଝାରପଡା ଜେଲରେ ଏବେ ପାଖାପାଖି ୧୨୦୦ କଏଦୀ ରହିଛନ୍ତି । ସୁରକ୍ଷା ଦୃଷ୍ଟି କୋଣରୁ ମଧ୍ୟ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହୁଛି । ତେଣୁ ଏଥିପାଇଁ ଏହି ନୂତନ ଜେଲ ନିର୍ମାଣ ହେବ । ପୂର୍ବରୁ ନୂତନ ଜେଲ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲା ଜେଲ ବିଭାଗ । ଜେଲକୁ କାଳକୋଠରୀ ନୁହେଁ, ବରଂ ସୁଧାର ଗୃହ କରିବାକୁ ପ୍ରୟାସ କରାଯାଉଛି ବୋଲି ଜେଲ ଡିଜି ମନୋଜ ଛାବ୍ରା କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com