ବାଣିଜ୍ୟ

ସ୍କୁଲ୍‌ ଛାତ୍ରଛାତ୍ରୀ ପାଇବେ ନୋଟ୍‌ବୁକ୍

ଭୁବନେଶ୍ୱର, ୨୫/୦୨/୨୦୨୩ –     ସ୍କୁଲ୍‌ ଛାତ୍ରଛାତ୍ରୀମାନଙ୍କୁ ମିଳିବ ନୋଟ୍‌ବୁକ୍ । ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏହି ଘୋଷଣା କରିଛନ୍ତି । ଏହି ନୋଟ୍‌ବୁକରେ ପିଲାଙ୍କୁ ୱାର୍କହୋମ ଏବଂ ଶିକ୍ଷକ କଣ ପଢାଉଛନ୍ତି, ତାହା ଉଲ୍ଲେଖ ରହିବ। ଏହାଦ୍ୱାରା ପିଲାମାନେ କଣ ପଢୁଛନ୍ତି ଅଭିଭାବକମାନେ ଜାଣିପାରିବେ ।

ସେହିଭଳି ବଜେଟରେ ମେଧାବୀ ଛାତ୍ର ବୃତ୍ତି ଯୋଜନା ନାମରେ ଏକ ନୂତନ ଯୋଜନା ଆରମ୍ଭ କରାଯିବ । ଏହି ଯୋଜନାରେ ୧୦ ହଜାର ଯୋଗ୍ୟ ଉପସ୍ନାତକ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ । ୧୦ ହଜାର ଯୋଗ୍ୟ ବୈଷୟିକ ଓ ବୃତ୍ତିଗତ ଶିକ୍ଷା ଗ୍ରହଣ କରୁଥିବା ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୨୦ ହଜାର ଟଙ୍କା ଲେଖାଏ ବାର୍ଷିକ ବୃତ୍ତି ପ୍ରଦାନ କରାଯିବ । ସେହିପରି ୫ ହଜାର ଯୋଗ୍ୟ ସ୍ନାତକୋତର ଛାତ୍ରଛାତ୍ରୀଙ୍କୁ ୧୫ ହଜାର ଟଙ୍କା ଲେଖାଏ ବାର୍ଷିକ ପ୍ରଦାନ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ସମୀର ଦାସ ।

ଏଥର ଓଡ଼ିଶା ବଜେଟ୍ ୨୦୨୩ରେ ‘ମୋ ସ୍କୁଲ’ ଅଭିଯାନ ପାଇଁ ୮୦୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସେହିପରି ୬ ହଜାର ୨୫ଟି LTR ପଦବୀ ସୃଷ୍ଟି କରାଯିବ ବୋଲି ଅର୍ଥମନ୍ତ୍ରୀ ନିରଂଜନ ପୁଜାରୀ ସୂଚନା ଦେଇଛନ୍ତି । ମାଧ୍ୟମିକ ସ୍କୁଲରେ ୭୫୪୦ ନିୟମିତ ଶିକ୍ଷକ, ୧୭୯୯ କନିଷ୍ଠ ସହାୟକ, ୩୩୫ PGT ନିଯୁକ୍ତି ପାଇବେ ବୋଲି ସେ ସୂଚନା ଦେଇଛନ୍ତି । ସେହିଭଳି ୧୦୬ଟି ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ସ୍କୁଲରେ ପରିଣତ କରାଯିବ ।

ସେହିପରି ସେହିପରି ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଶିକ୍ଷକଙ୍କ ଅଭାବ ପୂରଣ କରାଯିବ । ମୁଖ୍ୟମନ୍ତ୍ରୀ ଏନେଇ ଖୁବଶୀଘ୍ର ଘୋଷଣା କରିବେ । ଶୁକ୍ରବାର ରାଜ୍ୟ ବଜେଟ୍ ଆଗତ ହୋଇଥିବା ବେଳେ ଶିକ୍ଷା ପାଇଁ ରାଜ୍ୟ ସରକାର ବିଶେଷ ଧ୍ୟାନ ଦେଇଥିବା ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com