ଜାତୀୟ

ରାସ୍ତା ମଝିରେ ହଠାତ୍‌ ୫୦୦ ଟଙ୍କିଆ ନୋଟ୍‌ ଉଡାଇଲେ ବ୍ୟକ୍ତି, ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ହାଇଦ୍ରାବାଦର ଚାର୍ମିନାରରେ ଏମିତି ଜଣେ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଛି । ଯିଏ କେବଳ ୫୦୦ ଟଙ୍କିଆ ନୋଟକୁ ପବନରେ ଉଡାଇଛନ୍ତି । ଯେତେବେଳେ ଲୋକମାନେ ବ୍ୟକ୍ତିଙ୍କ ଅଜବ ଢଙ୍ଗକୁ ଦେଖିଲେ, ସେତେବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଟଙ୍କା ଲୁଟିବା ପାଇଁ ଭିଡି ଜମିଗଲା । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି ।

ଖବର ଅନୁଯାୟୀ ଏହି ଭିଡିଓ ଯେତେବେଳେ ଲୋକଙ୍କ ଦୃଷ୍ଟିକୁ ପଡିଲା, ସେମାନେ କ୍ଲିପ୍‌କୁ ଖୁବ୍‌ ସେୟାର କରିଥିଲେ । ଏହି ୩୦ ସେକେଣ୍ଡର ଭିଡିଓରେ ଜଣେ ବ୍ୟକ୍ତି ଚାର୍ମିନାରର ଗୁଲଜାର ହୋଜ୍‌ ରୋଡ ସାମ୍ନାରେ ଠିଆ ହୋଇ ନୋଟ୍ ଗୁଡ଼ିକୁ ଫୋପାଡୁ ଥିବାର ଦେଖିବାକୁ ମିଳିଛି । ଯେତେବେଳେ ବ୍ୟକ୍ତି ଜଣକ ପବନରେ ନୋଟ୍ ଗୁଡ଼ିକୁ ଉଡ଼ାଉଥିଲେ, ସେହି ସମୟରେ ଯାଉଥିବା ଲୋକମାନେ ମୋବାଇଲ୍ ଫୋନରେ ରେକର୍ଡ କରୁଥିଲେ । ରିପୋର୍ଟରେ କୁହାଯାଇଛି କି, ବ୍ୟକ୍ତି ଜଣକ ତାଙ୍କ ଘନିଷ୍ଠ ଲୋକଙ୍କ ବିବାହ ଉତ୍ସବ ପାଳନ କରିବାକୁ ନୋଟ୍ ଫିଙ୍ଗିଥିଲେ। ଏହା ଥରେ ନୁହେଁ ବ୍ୟକ୍ତି ଜଣଙ୍କ ଅନେକ ଥର ଏଭଳି କାର୍ଯ୍ୟ କରିଛନ୍ତି।

ଯେତେବେଳେ ବ୍ୟକ୍ତିଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଲା, ୟୁଜର୍ସମାନେ ଖୁବ୍‌ ସମାଲୋଚନା କରିଥିଲେ। ଜଣେ ୟୁଜର୍ସ ଲେଖିଛନ୍ତି ଯେ ଗରିବ ଲୋକଙ୍କୁ ଦାନ କରନ୍ତୁ । ଅନ୍ୟ ଜଣେ ଲେଖିଛନ୍ତି ତୁମର ଏତେ ଟଙ୍କା ନଷ୍ଟ କରିବାକୁ ଅଛି, ତେବେ ଅଭାବୀ ଲୋକଙ୍କୁ ଦିଅ।

Related Articles

Back to top button