ଅନ୍ୟାନ୍ୟ

ନୂତନ ଶିକ୍ଷା ବର୍ଷରୁ ହାଇସ୍କୁଲରେ ଖୋଲିବ ଦ୍ୱାଦଶ

ଭୁବନେଶ୍ୱର ୦୬/ ୦୩/ ୨୦୨୩ –   ଆସନ୍ତା ନୂତନ ଶିକ୍ଷା ବର୍ଷରୁ ହାଇସ୍କୁଲରେ ଖୋଲିବ ଦ୍ୱାଦଶ ଶ୍ରେଣୀ । ଏଥିପାଇଁ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ତେବେ ରାଜ୍ୟର ୧୦୬ ବିଦ୍ୟାଳୟରେ ଦ୍ୱାଦଶ ପାଠ ପଢ଼ା ଉପଯୋଗୀ କରିବା ପାଇଁ ଗଣଶିକ୍ଷା ବିଭାଗ ପଦକ୍ଷେପ ଗ୍ରହଣ କରିଛି । ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ହିଁ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ୱ ଦିଆଯିବ ।

ଦୈନିକ ଦୁଇଟି ସିଫ୍ଟରେ ସ୍କୁଲ ଚାଲିବାକୁ ଥିବାବେଳେ ଶ୍ରେଣୀ ଗୃହର ଅଭାବ ଥିଲେ ଦ୍ୱାଦଶ ପାଠପଢ଼଼ା ସକାଳେ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଚାଲିବ । ତା’ପରେ ଦିନ ୧୧ରୁ ଅପରାହ୍ଣ ୪ଟା ୩୦ ମିନିଟ୍‌‌ ଯାଏଁ ହାଇ ସ୍କୁଲ ପିଲା ପଢ଼ିବେ । +୨ରେ ଦୁଇଟି ସେକସନ୍‌‌ ହେବାକୁ ଥିବାବେଳେ ପ୍ରତି ସେକସନ୍‌‌ରେ ସର୍ବାଧିକ ୬୪ ଜଣ ଛାତ୍ରଛାତ୍ରୀ ରହିବେ । ତେବେ ସମ୍ପୃକ୍ତ ସ୍କୁଲରୁ ଦଶମ ପାସ୍‌‌ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମଲେଖାକୁ +୨ରେ ପ୍ରାଥମିକତା ଦିଆଯିବ । ଉଭୟ ଅଫଲାଇନ୍‌‌ ଏବଂ ଅନଲାଇନରେ ନାମଲେଖା ପ୍ରକ୍ରିୟା ଚାଲିବ ।

ପ୍ରଥମ ପର୍ଯ୍ୟାୟରେ କଳା ଓ ବିଜ୍ଞାନ ବିଭାଗ ଖୋଲିବାକୁ ଥିବାରୁ ଏହି ବିଭାଗର ଶିକ୍ଷକ ନିଯୁକ୍ତି ଏବଂ ଭିତ୍ତିଭୂମି ପ୍ରସ୍ତୁତ କରାଯିବ । କଳା ଓ ବିଜ୍ଞାନରେ ଓଡ଼ିଆ ଓ ଇଂରାଜୀକୁ ବାଧ୍ୟତାମୂଳକ ବିଷୟ ଭାବେ ପଢ଼଼ଯିବ । ସେହିପରି ପ୍ରତ୍ୟେକ ସ୍କୁଲରେ କଳା ପାଇଁ ୬ଟି PGT ଓ ବିଜ୍ଞାନ ପାଇଁ ୭ଟି PGT ଶିକ୍ଷକ ପଦବୀ ସୃଷ୍ଟି କରାଯାଇଥିବାବେଳେ  ୬୪୨ ଜଣ PGT ନୂଆ ନିଯୁକ୍ତି ପାଇବେ । ତେବେ ଉନ୍ନୀତ ସ୍କୁଲଗୁଡ଼ିକ ମଧ୍ୟରୁ ୬ଟିରେ ବିଜ୍ଞାନ ଓ କଳା ପଢ଼଼ାଯିବାକୁ ଥିବାବେଳେ ଅବଶିଷ୍ଟ ୧୦୦ଟି ବିଦ୍ୟାଳୟରେ କେବଳ କଳାରେ +୨ ପଢ଼ାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com