ଅନ୍ୟାନ୍ୟ

ଆସାମ ପୋଲିସ ଗୁଳିମାଡ଼ରେ ମେଘାଳୟର ୫ ମୃତ

ଆସାମ-ମେଘାଳୟ ସୀମାରେ ମଙ୍ଗଳବାର ସକାଳେ ଫାୟାରିଂ ଯୋଗୁଁ ୬ ଜଣଙ୍କ ଜୀବନ ଯାଇଛି । କାଠ ଚାଲାଣ କରୁଥିବା ଏକ ଟ୍ରକକୁ ପୋଲିସ ଅଟକାଇବା ପରେ ହିଂସା ହୋଇଥିଲା । ଏଥିରେ ଜଣେ ଫରେଷ୍ଟ ଗାର୍ଡଙ୍କ ସହିତ ଛଅ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ପରେ ମେଘାଳୟ ସରକାର ଆସନ୍ତା ୪୮ ଘଣ୍ଟା ଯାଏଁ ୭ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ କରିଛନ୍ତି ।ଏହି ଘଟଣା ପରେ ପୁଣି ଥରେ ଦୁଇ ରାଜ୍ୟ ମଧ୍ୟରେ ବିବାଦ ବଢିପାରେ । ମେଘାଳୟର ପଶ୍ଚିମ ଜୟନ୍ତିଆ ପାହାଡର ମକରୋହ ଗାଁରେ ଏହି ଘଟଣା ଘଟିଛି ।  ଏହି ଅଞ୍ଚଳକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ରହିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ଆସାମ ଫରେଷ୍ଟ ଗାର୍ଡ ଟ୍ରକର ଚକା ଉପରକୁ ଗୁଳି ମାଡ କରିଥିଲେ । ଏହି ଘଟଣା ପରେ ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ ସଙ୍ଗମା ରିପୋର୍ଟ ମାଗିଛନ୍ତି । ଅଧିକାରୀମାନଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ରାଜ୍ୟର 7 ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଏହି ମାମଲାରେ ମେଘାଳୟ ପୋଲିସ ମାମଲା ରୁଜୁ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com