କ୍ରୀଡ଼ା

ଗିଲକ୍ରିଷ୍ଟ ଦୁନିଆର ସବୁଠାରୁ ଧନୀ କ୍ରିକେଟର

ଭୁବନେଶ୍ୱର, ୧୫/୦୩/୨୦୨୩ –    ‘କ୍ରିକେଟ୍’ ଦୁନିଆର ସବୁଠାରୁ ଧନୀ କ୍ରୀଡା ଭାବରେ ଦେଖାଯାଏ । କ୍ରିକେଟରେ ଖ୍ୟାତି ସହିତ ବହୁତ ଟଙ୍କା ମଧ୍ୟ ଅଛି । ଆସନ୍ତୁ ଜାଣିବା ବର୍ତ୍ତମାନ ସବୁଠାରୁ ଧନୀ କ୍ରିକେଟର କିଏ ? କିନ୍ତୁ ବିଶେଷ କଥା ହେଉଛି ଏହି ତାଲିକାରେ ବିରାଟ କୋହଲି ଏବଂ ଏମଏସ ଧୋନିଙ୍କ ଉପରେ  ଅବସର ନେଇଥିବା ଜଣେ ଖେଳାଳିଙ୍କ ନାମ ରହିଛି।

ଅଷ୍ଟ୍ରେଲୀୟ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଆଡାମ ଗିଲକ୍ରିଷ୍ଟ ହେଉଛନ୍ତି ବିଶ୍ୱର ସବୁଠାରୁ ଧନୀ କ୍ରିକେଟର । ବିରାଟ କୋହଲି, ସଚିନ ତେନ୍ଦୁଲକର ଏବଂ ଧୋନିଙ୍କ ଅପେକ୍ଷା ଗିଲକ୍ରିଷ୍ଟଙ୍କ ମୋଟ ମୂଲ୍ୟ ଅଧିକ। ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ପାଖାପାଖି ୩୨୩୦ କୋଟି ।

କ୍ରିକେଟର ଗଡ କୁହାଯାଉଥିବା ସଚିନ ତେନ୍ଦୁଲକର ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସଚିନଙ୍କ ନିଟ୍ ମୂଲ୍ୟ ପାଖାପାଖି ୧୪୦୦ କୋଟି ଟଙ୍କା। ଭାରତର ପୂର୍ବତନ ଅଧିନାୟକ ଏମଏସ ଧୋନି ବିଶ୍ୱର ତୃତୀୟ ଧନୀ କ୍ରିକେଟର। ଏମଏସ ଧୋନିଙ୍କ ନିଟ୍ ମୂଲ୍ୟ ପାଖାପାଖି ୯୪୯ କୋଟି ଟଙ୍କା ଅଟେ।

ଏହି ତାଲିକାରେ ଟିମ୍ ଇଣ୍ଡିଆର ଡ୍ୟାସିଂ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଚତୁର୍ଥ ସ୍ଥାନରେ ଅଛନ୍ତି। ବିରାଟ କୋହଲିଙ୍କ ମୋଟ ମୂଲ୍ୟ ୯୧୩ କୋଟି ଟଙ୍କା ପାଖାପାଖି ରହିଛି। କହିବାକୁ ଗଲେ କ୍ରିକେଟ୍ ବ୍ୟତୀତ ବିରାଟ କୋହଲି ବିଜ୍ଞାପନ ମାଧ୍ୟମରେ ବହୁତ ଟଙ୍କା ରୋଜଗାର କରନ୍ତି।

ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଙ୍ଗ ଧନୀ କ୍ରିକେଟର ତାଲିକାରେ ପଞ୍ଚମ ସ୍ଥାନରେ ଅଛନ୍ତି। ପଣ୍ଟିଙ୍ଗଙ୍କ ନିଟ୍ ମୂଲ୍ୟ ପାଖାପାଖି ୬୧୭ କୋଟି ଟଙ୍କା।

Related Articles

Back to top button
WP Twitter Auto Publish Powered By : XYZScripts.com