Featuredଜାତୀୟରାଜନୀତି

‘Modi Mitra’, ମାଧ୍ୟମରେ ମୁସଲମାନ ଭୋଟରଙ୍କୁ ଆକୃଷ୍ଟ କରିବ BJP

ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ଜିତିବା ଲକ୍ଷ୍ୟରେ ରହଛି ବିଜେପି । ତେବେ ବର୍ତ୍ତମାନ ସମୟରେ ବିରୋଧୀ ଦଳଙ୍କୁ ମଜବୁତ କରି ରଖିଥିବା ମୁସଲିମ୍ ଭୋଟ ବ୍ୟାଙ୍କ ଉପରେ ଭାଜପାର ନଜର ରହିଛି । ଏଥିପାଇଁ ମୁସଲିମ୍ ବହୁଳ ଲୋକସଭା କ୍ଷେତ୍ରରେ ମୁସଲମାନ ଭୋଟରଙ୍କୁ ‘ମୋଦୀ ମିତ୍ର’ କରିବା ଅଭିଯାନ ବିଜେପି ଆରମ୍ଭ କରିବାକୁ ଯାଉଛି ।

ଦେଶର ସମସ୍ତ ମୁସଲିମ ବହୁଳ ଲୋକସଭା ସିଟରେ ମୁସଲମାନ ଭୋଟରଙ୍କୁ ‘ମୋଦୀ ମିତ୍ର’ କରାଇବା ପାଇଁ ରଣନୀତି ଆରମ୍ଭ ହୋଇଛି । ବିଜେପିର ସଂଖ୍ୟା ଲଘୁ ମୋର୍ଚ୍ଚା ଏହି ଅଭିଯାନର ନେତୃତ୍ୱ ନେବ । ଏଥିପାଇଁ ପାର୍ଟି ମୁସଲିମ ଅଞ୍ଚଳ ଓ ସିଟକୁ ଚିହ୍ନଟ କରିସାରିଛି । ତେବେ ‘ମୋଦୀ ମିତ୍ର’ କେତେଦୂର ସଫଳ ହେଉଛି ତାହାର ଫଳାଫଳ ଆସନ୍ତାବର୍ଷ ଜଣାପଡ଼ିବ ।

ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ଦିଲ୍ଲୀ ପ୍ରଦେଶ ପ୍ରଭାରୀ ଆତିଫ ରଶୀଦ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି, ବିଜେପି ସାରା ଦେଶର ମୁସଲିମଙ୍କ ସହ ଜନସଂର୍ପ ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଏହାଦ୍ୱାରା ଦଳ ସହିତ ଅଧିକ ମୁସଲିମ୍ ଭୋଟର ଯୋଡ଼ି ହୋଇ ପାରିବେ । ‘ଗାଁ-ଗାଁ-ଘର-ଘର’ ଅଭିଯାନ ମାଧ୍ୟମରେ ଭୋଟରଙ୍କ ଘରକୁ ଯାଇ ନରେନ୍ଦ୍ର ମୋଦୀ ସରକାରଙ୍କ ନୀତି, ଯୋଜନା ଓ କାର୍ଯ୍ୟ ବିଷୟରେ ଲୋକଙ୍କୁ ଅବଗତ କରାଯିବ । ପ୍ରତ୍ୟେକ ସ୍ତରରେ ମୁସଲିମଙ୍କ ଉପରେ ଫୋକସ୍ କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com