ଅନ୍ୟାନ୍ୟ
କମର୍ସିଆଲ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ , ୬ ମୃତ
![](https://i0.wp.com/odia.mobilenews24x7.com/wp-content/uploads/2023/03/mcms.jpg?resize=780%2C450&ssl=1)
ତେଲେଙ୍ଗାନା ସିକନ୍ଦରାବାଦରେ ଏକ ବହୁତଳ କମର୍ସିଆଲ କମ୍ପ୍ଲେକ୍ସରେ ବଡ଼ଧରଣର ଅଗ୍ନିକାଣ୍ଡ । ସ୍ୱପ୍ନାଲୋକ୍ କମ୍ପେ୍ଲକ୍ସର ୩ମହଲା ବିଲ୍ଡିରେ ନିଆଁ ଲାଗିଛି । ଭୟଙ୍କର ଅଗ୍ନିକାଣ୍ଡରେ ୬ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୪ଜଣ ଝିଅ ଓ ୨ଜଣ ପୁଅ ଥିବା ସୂଚନା ମିଳିଛି । ୬ଜଣଙ୍କୁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଛନ୍ତି । ମୃତ ବ୍ୟକ୍ତିମାନେ ହେଉଛନ୍ତି ତେଲେଙ୍ଗାନା ଅନ୍ତର୍ଗତ ୱାରାଙ୍ଗାଲ୍ ଓ ଖମ୍ମାମ୍ ଜିଲ୍ଲାବାସୀ।
ଶ୍ବାସରୁଦ୍ଧ କାରଣରୁ ସେମାନଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଗତକାଲି ରାତିରେ ସ୍ବପ୍ନାଲୋକ କମ୍ପ୍ଲେକ୍ସର ପଞ୍ଚମ ମହଲାରେ ସର୍ଟ ସର୍କିଟ କାରଣରୁ ନିଆ ଲାଗିଥିଲା । ନିଆଁ ଲାଗିବା ପରେ ପଞ୍ଚମ ମହଲାରେ ୧୩ ଜଣ ବ୍ୟକ୍ତି ଫସିଯାଇଥିଲେ । ସେମାନଙ୍କ ମଧ୍ୟରୁ ୭ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ୬ ଜଣ ପ୍ରାଣ ହରାଇଥିଲେ ବୋଲି କହିଛନ୍ତି ନର୍ଥ ଜୋନ ଡିସିପି ଚନ୍ଦନା ଦୀପ୍ତି । ଘଟଣାସ୍ଥଳରେ ଡିଆରଏଫ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ ।