ଅନ୍ୟାନ୍ୟ
ଆଜି ରାତିରେ ପୃଥିବୀ ନିକଟକୁ ଆସିବ ବିଶାଳ ଉଲ୍କାପିଣ୍ଡ
ଭୁବନେଶ୍ୱର, ୨୯/ ୦୩/ ୨୦୨୩ – ପୃଥିବୀ ଆଡ଼କୁ ମାଡି ଆସୁଛି ଏକ ବିଶାଳ ଉଲ୍କାପିଣ୍ଡ । ବୁଧବାର ରାତିରେ ହିଁ ଏହି ଉଲ୍କାପିଣ୍ଡ ପୃଥିବୀର ଅତି ନିକଟବର୍ତ୍ତୀ ହେବ ବୋଲି ବୈଜ୍ଞାନିକମାନେ କହିଛନ୍ତି । ଆଜି ରାତି ୧୧.୩୩ ରେ ପୃଥିବୀର ଅତି ନିକଟକୁ ଆସିବ ବୋଲି ଜଣାପଡ଼ିଛି ।
ପୂର୍ବରୁ ମଧ୍ୟ ଏହି ଉଲ୍କାପିଣ୍ଡକୁ ଦେଖିବାକୁ ମିଳିଥିଲା । ୨୦୧୨ ମସିହାରେ ପ୍ରଥମେ ବୈଜ୍ଞାନିକମାନେ ଏହାକୁ ଦେଖିଥିଲେ । ଶେଷ ଥର ପାଇଁ ୨୦୧୭ରେ ଏହି ଉଲ୍କାପିଣ୍ଡ ପୃଥିବୀ ଆଡକୁ ମାଡି ଆସୁଥିବାର ଦେଖାଯାଇଥିଲା । ଡେଲି ଷ୍ଟାରର ରିପୋର୍ଟ ଅନୁଯାୟୀ, ୨୦୨୨ ଏକ ଉଲ୍କାପିଣ୍ଡ ପୃଥିବୀର କକ୍ଷପଥଠାରୁ ମାତ୍ର ୪,୪୯୫,୪୧୬.୦୧୫ କିଲୋମିଟର ଦୂରତା ଦେଇ ଗତି କରିଥିଲା ।
ଆଜି ପରେ ୨୦୨୯ ମସିହା ମେ ମାସରେ ପୁଣି ଥରେ ପୃଥିବୀର ନିକଟତର ହେବ । ଏହାପରେ ଜାନୁଆରୀ ୨୦୩୪ରେ ଏବଂ ପୁନର୍ବାର ୨୩ ବର୍ଷପରେ ମେ ୨୦୫୭ରେ ଏହା ପୃଥିବୀର ଅତି ନିକଟବର୍ତ୍ତୀ ହେବ । ପରେ ସେପ୍ଟେମ୍ବର ୨୦୭୯ ରେ ପୃଥିବୀ ପାଖକୁ ଆସିବା ପରେ ଏହା ମହାକାଶରେ ଅଦୃଶ୍ୟ ହୋଇଯିବ ।