କୋଟିଏ ଟଙ୍କା ଠକିଦେଲେ ମହିଳା ଏଜେଣ୍ଟ
![](https://i0.wp.com/odia.mobilenews24x7.com/wp-content/uploads/2022/11/lingaraj-police-station-e1669640002144.png?resize=780%2C346&ssl=1)
ଭୁବନେଶ୍ୱର, ୦୭/ ୦୪/ ୨୦୨୩ – ମହିଳା ଏଜେଣ୍ଟ ଖାଇଗଲେ କୋଟିଏ ଟଙ୍କା । ଅଭିଯୋଗ ଅନୁଯାୟୀ ପୁରୁଣା ଭୁବନେଶ୍ୱରର ସ୍ଵର୍ଣ୍ଣପ୍ରଭା ମହାସୁଆର ୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଡିପୋଜିଟ ପାଇଁ ସ୍ୱର୍ଣ୍ଣଲତା ଦାସ ନାମକ ଜଣେ ଏଜେଣ୍ଟକୁ ଦେଇଥିଲେ । ମାତ୍ର ତାକୁ ନିଜ ଅଣ୍ଟିରେ ପୁରେଇଛନ୍ତି ଏହି ମହିଳା ଏଜେଣ୍ଟ ।
ଏନେଇ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଛନ୍ତି ସ୍ଵର୍ଣ୍ଣପ୍ରଭା ମହାସୁଆର । ଥାନା ପକ୍ଷରୁ ଘଟଣାର ତଦନ୍ତ କରିବାବେଳେ ଠକ ମହିଳା ଏଜେଣ୍ଟ ଜଣଙ୍କ RD, FD କରିବାକୁ କହି ୯୮ ଜମାକାରୀଙ୍କ ୧୨୯ଟି ଆକାଉଣ୍ଟରୁ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଆତ୍ମସାତ କରିଥିବା ଜଣାପଡିଛି । କେସ୍ ନମ୍ବର ୬୫ ଦଫା ୨୯୪, ୪୦୬, ୪୧୭, ୪୨୦, ୫୦୬ରେ ମହିଳା ପୋଷ୍ଟାଲ ଏଜେଣ୍ଟଙ୍କୁ ଗିରଫ କରିବା ସହ ୧୬୧ CRPCରେ ବୟାନ ରେକର୍ଡ କରାଯାଇଛି ।
ତେବେ ଅଧିକ ଖୋଳତାଡ଼ ପାଇଁ ଏଥିରେ ସମ୍ପୃକ୍ତ ଠକ ମହିଳାଙ୍କ ସ୍ୱାମୀ ଏବଂ ଶ୍ୱଶୁର ତାଙ୍କୁ ସହଯୋଗ କରିଥିବା ଜଣାପଡିଛି । ଏବେ ଅଧିକ ଖୋଳତାଡ଼ ପାଇଁ କମିଶନରେଟ ପୋଲିସ ରିମାଣ୍ଡରେ ଆଣି ଠକ ମହିଳା ଏଜେଣ୍ଟଙ୍କୁ ପଚାରଉଚରା କରିବ ।