ଅନ୍ୟାନ୍ୟ

ବାତିଲ ହେଲା OSSC ପରୀକ୍ଷା; ଦେଖନ୍ତୁ କେମିତି ଲେଖାହୋଇଛି କୋଶ୍ଚିନ ?

ଭୁବନେଶ୍ୱର, ୨୨/୦୪/୨୦୨୩ –   ବାତିଲ୍ ହେଲା ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଆକାଉଣ୍ଟାଣ୍ଟ ପରୀକ୍ଷା । ମୁଦ୍ରଣଜନିତ ତ୍ରୁଟି ପାଇଁ ପ୍ରଶ୍ନପତ୍ରରେ ହୋଇଥିବା ଭୁଲ ଯୋଗୁ ଏହି ପରୀକ୍ଷାକୁ ବନ୍ଦ କରାଯାଇଛି । ପରୀକ୍ଷାର୍ଥୀ ପ୍ରଶ୍ନ ପଢି ବୁଝିବା ସମ୍ଭବ ହେଉନଥିବା ଅଭିଯୋଗରେ ଏହି ପରୀକ୍ଷାକୁ ବାତିଲ୍ କରିଛି OSSC ।

ବିଶେଷ ଭାବେ ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର ରେ ଭୁଲ ରହିଥିଲା । ତେବେ ପରୀକ୍ଷା ବାତିଲ୍ ନେଇ ଦୁଃଖ ପ୍ରକାଶ କରିଛନ୍ତି OSSC। ରବିବାର ୬୫ଟି ଆକାଉଣ୍ଟାଣ୍ଟ ପଦ ପାଇଁ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରିଲିମ୍ ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରାଯାଇଥିଲା । ପ୍ରାୟ ୫୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ହେଲେ ଏହା ବାତିଲ ହେବାପରେ ପରବର୍ତ୍ତୀ ପରୀକ୍ଷା ନେଇ ଖୁବଶୀଘ୍ର ତାରିଖ ଘୋଷଣା କରାଯିବ ବୋଲି କୁହାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com