ଅନ୍ୟାନ୍ୟ

ପୂଜା କରିବାକୁ ମହିଳାଙ୍କୁ ମିଳିବ ଛୁଟି

 ମହିଳାଙ୍କୁ ପୂଜାପାଠ ପାଇଁ ମିଳିବ ଛୁଟି । କିନ୍ତୁ ବଞ୍ଚିତ ରହିବେ ଜରୁରୀକାଳୀନ ସେବା ପ୍ରଦାନ କରୁଥିବା ମହିଳା କର୍ମଚାରୀ ।

ଭୁବନେଶ୍ୱର ୩୦/୦୪/୨୦୨୩ –   ମହିଳାଙ୍କୁ ସରକାରଙ୍କ ନୂଆ ଉପହାର । ଏଥର ମିଳିବ ସ୍ୱତନ୍ତ୍ର ଛୁଟି । ପୂଜାପାଠ ପାଇଁ ମହିଳାଙ୍କୁ ଛୁଟି ପ୍ରଦାନ କରିବେ ସରକାର । ଅଫିସ୍ ସମୟରୁ ଦୁଇ ଘଣ୍ଟା ଠାକୁରଙ୍କ ପୂଜାରେ ବିତାଇ ପାରିବେ ମହିଳା । ଏଥିପାଇଁ ମାସର ୩ଟି ଶୁକ୍ରବାରରେ ୨ ଘଣ୍ଟାର ସ୍ପେଶାଲ ଛୁଟି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ହୋଇଛି ।

ଶୁକ୍ରବାର ସକାଳ ୮ଟା ୪୫ରୁ ୧୦ଟା ୪୫ ମିନିଟ୍ ପର୍ଯ୍ୟନ୍ତ ସେମାନେ ନିଜ ଘରେ ପୂଜାପାଠ କରି ଅଫିସକୁ ଆସିବେ । ସରକାରଙ୍କ ତରଫରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଏହି ନିୟମ କେବଳ ମହିଳା କର୍ମଚାରୀ ଥିବା କାର୍ଯ୍ୟାଳୟରେ ଲାଗୁ ହେବ । କିନ୍ତୁ କାମ ପ୍ରଭାବିତ ନ କରିବା ପାଇଁ ସେମାନଙ୍କୁ ପାଳି କରି ଛୁଟି ଦିଆଯିବ । କିନ୍ତୁ ଜରୁରୀକାଳୀନ ସେବା ପ୍ରଦାନ କରୁଥିବା ଅନୁଷ୍ଠାନ ଯଥା ହସ୍ପିଟାଲ, ଥାନା ଓ ଶିକ୍ଷାନୁଷ୍ଠାନ ଆଦି କ୍ଷେତ୍ରରେ ନିୟୋଜିତ ମହିଳା କର୍ମଚାରୀମାନେ ଏହି ଛୁଟିରୁ ବଞ୍ଚିତ ରହିବେ ।

ମହିଳାଙ୍କ ପାଇଁ ଏହି ସ୍ୱତନ୍ତ୍ର ଛୁଟି ଘୋଷଣା କରିଛନ୍ତି ପୁଡ଼ୁଚେରୀ ସରକାର । ସରକାରଙ୍କ ଏହି ପଦକ୍ଷେପକୁ ବିରୋଧୀ DMK ସମାଲୋଚନା କରିଛି । ସରକାରଙ୍କ ଏପରି ନିୟମ ଯୋଗୁ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ସ୍ଥିତି ଦୁର୍ବଳ ହେବ ବୋଲି କୁହାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com