କ୍ରୀଡ଼ା

କାର ଭାଙ୍ଗିଲେ, ଜିତିଲେ ୫ ଲକ୍ଷ

ଭୁବନେଶ୍ୱର, ୧୫/୦୫/୨୦୨୩ –  ଘରର ହେଉ ବା ପରର କୌଣସି ଜିନିଷ ଭାଙ୍ଗିଲେ ଗାଳି ତ ନିଶ୍ଚୟ ଶୁଣିବାକୁ ପଡେ । କିନ୍ତୁ ଅନ୍ୟ କାହାର ସୌଖୀନ ଜିନିଷ ଭାଙ୍ଗି କେହି କେବେ ପୁରସ୍କାର ପାଇଥିବା କଥା ଶୁଣିଛନ୍ତି କି? ପୁରସ୍କାର ପୁଣି କିଛି କମ୍ ପରିମାଣରେ ନୁହେଁ । ପୁରାପୁରି ୫ ଲକ୍ଷ ଟଙ୍କା । ଆପଣ ଏକଥା ଶୁଣି ହୁଏତ ଆଶ୍ଚର୍ଯ୍ୟ ହୋଇ ଯାଉଥିବେ । ତେବେ ଆମେ ଆପଣଙ୍କୁ ଏହି ଘଟଣା ପଛର କାହାଣୀ ସମ୍ପର୍କରେ କହୁଛୁ ।

ଏହି ଘଟଣାଟି ଘଟିଛି ମୁମ୍ବାଇରେ । ଆଉ ପୁରସ୍କାର ଦେଇଛି ଟାଟା କମ୍ପାନୀ । ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆଇପିଏଲ ୨୦୨୩ର ୫୪ତମ ମ୍ୟାଚରେ ଖେଳାଯାଉଥିଲା । ମୁମ୍ୱାଇର ଇନିଂସର ଏକାଦଶ ଓଭରରେ ନେହଲ ୱାଡେରା ହସରଙ୍ଗାଙ୍କ ଏକ ବଲ୍ କୁ ସ୍ଲୋପ ସ୍ଵିପ ଖେଳି ଥିଲେ । ଆଉ ବଲଟି ସିଧା ଯାଇ ବାଜିଥିଲା ବାହାରେ ପାର୍କ ହୋଇଥିବା କାରରେ ।

ଏହାଦ୍ୱାରା କାରଟିର କିଛି ଅଂଶ କ୍ଷତି ହୋଇଥିଲା । ତେବେ ଏହି ସଟ୍ ଦ୍ଵାରା କୌଣସି ଲୋକଙ୍କ କ୍ଷତି ହୋଇନାହିଁ । ୱାଡେରାଙ୍କ ସଟ୍ କାରରେ ବାଜିବା ପରେ ଟାଟା ବର୍ତ୍ତମାନ୍ ୫ ଲକ୍ଷ ଟଙ୍କା ଦେବ । କାରଣ ଆଇପିଏଲ ୨୦୨୩ର ସିଜିନ ଆରମ୍ଭ ହେବା ପୂର୍ବରୁ ଟାଟାର ମୁଖ୍ୟ ପ୍ରଯୋଜକ ଘୋଷଣା କରିଥିଲେ ଯେ, ଯଦି କେହି ବଲକୁ ମାରି କାରରେ ବଜାଇ ଦିଅନ୍ତି ତେବେ ତାଙ୍କୁ ୫ ଲକ୍ଷ ଟଙ୍କା ଦିଆଯିବ । ଆଉ ଏହା କରି ଦେଖାଇବାରେ ସଫଳ ହୋଇଛନ୍ତି ନେହଲ ୱାଡେରା ।

Related Articles

Back to top button
WP Twitter Auto Publish Powered By : XYZScripts.com