ଓଡ଼ିଶା

ଚୋରି କରିବାର ୯ ବର୍ଷ ପରେ ପଶ୍ଚାତାପ କଲା ଚୋର । ଲେଖିଲା ଚିଠି ଫେରାଇଲା ଅଳଙ୍କାର ।

ପ୍ରଥମେ ଲୋଭ ଗ୍ରାସ କଲା । ଆଉ ଲୋଭରେ ପଡ଼ି ଚୋରିକଲା । ଚୋରି ତ କଲା କଲା ପୁଣି ଠାକୁରାଣୀଙ୍କ ଅଳଙ୍କାର ଳୁଟି ନେଲା । ତେବେ କିଛି ଦିନ ପରେ ପଶ୍ଚାତାପ କଲା । ନିଜ ଭୁଲ୍ ବୁଝି ପାରି ଚୋରି ଜିନିଷ ଫେରାଇବାକୁ ଚାହିଁଲା । କିନ୍ତୁ ଏହାରି ଭିତରେ ବିତି ଯାଇଥିଲା ଦୀର୍ଘ ୯ ବର୍ଷ । କିନ୍ତୁ ଡେରିରେ ହେଲେ ବି ନିଜ ଭୁଲ୍‌ ବୁଝିପାରି ଚୋର ଚିଠି ଲେଖି ଠାକୁରଙ୍କ ସାମଗ୍ରୀ ଫେରାଇ ଦେଇଛିା ଏଭଳି ରୋଚକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଗୋପୀନାଥପୁର ଗାଁରେ ।
() ୨୦୧୪ ମସିହାରେ ଠାକୁରଙ୍କ ମନ୍ଦିରରୁ ରୂପା ଅଳଙ୍କାର ଚୋରି କରିନେଇଥିଲା ଜଣେ ଚୋର । ସେତେବେଳେ ଏନେଇ ଥାନାରେ ଅଭିଯୋଗ କରିଥିଲେ ଗାଁଲୋକେ। ହେଲେ ଚୋରି ସାମଗ୍ରୀ ମିଳିନଥିଲା। ତେବେ ଘଟଣାର ୯ବର୍ଷ ପରେ ଏବେ ନିଜେ ଚୋର ସମସ୍ତ ଚୋରି ସାମଗ୍ରୀ ଗାଁର ତୁଷାର ରଞ୍ଜନ ମହାନ୍ତିଙ୍କ ଘର ସମ୍ମୁଖରେ ଛାଡି ଯାଇଛି ଓ ଦେଇଛି ଏକ ହାତଲେଖା ଚିଠି । ଖାଲି ସେତିକି ନୁହେଁ ଠାକୁରଙ୍କୁ ଭୋଗ ଲଗାଇବା ପାଇଁ ୨୦୦ ଟଙ୍କା ଓ ଦକ୍ଷିଣା ୧୦୦ ଟଙ୍କା ମଧ୍ୟ ଦେଇଛି । ନିଜ ଚିଠିରେ ଲେଖିଛି ଠାକୁରଙ୍କ ଅଳଙ୍କାର ଚୋରି କରିବା ପରେ କିଭଳି ଅସୁବିଧାର ସମ୍ମୁଖୀନ ହୋଇଥିଲା । ତେବେ ଚୋରି ହୋଇଥିବା ସାମଗ୍ରୀ ଠାକୁରଙ୍କୁ ଲାଗି ହେବ କି ନାହିଁ ସେ ନେଇ ଚାଲିଛି ବିଚାର ବିମର୍ଶ । ଅଳଙ୍କାରଗୁଡ଼ିକୁ ସଫା କରିବା ପାଇଁ ବଣିଆକୁ ଦିଆଯାଥିବା ବେଳେ , ସାବିତ୍ରୀ ଅମାବାସ୍ୟା ଅବସରରେ ଏହା ଠାକୁରଙ୍କୁ ଲାଗି କରାଯିବାର ସମ୍ଭାବନା ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com