Featuredଜାତୀୟଜୀବନଶୈଳୀବାଣିଜ୍ୟ

ଅନ୍‌ଲାଇନ୍ ଖାଇବା ଅର୍ଡର୍‌ କରିବା ପଡ଼ିଲା ମହଙ୍ଗା, ଚାଲିଗଲା ଲକ୍ଷାଧିକ ଟଙ୍କା 

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଆପଣ ବି ଅନ୍‌ଲାଇନ୍ ଖାଇବା ଅର୍ଡର୍‌ କରୁଛନ୍ତି କି? ତେବେ ହୋଇ ଯାଆନ୍ତୁ ସାବଧାନ୍, ନଚେତ୍ କେତେ ଟଙ୍କାର ଖାଦ୍ୟ ପାଇଁ ଆପଣଙ୍କୁ ଗଣିବାକୁ ପଡ଼ିପାରେ ଲକ୍ଷ ଲକ୍ଷ ଟଙ୍କା । କାରଣ ସିଙ୍ଗଡ଼ା ମଗାଇ ଫସିଛନ୍ତି ମୁମ୍ବାଇର ଜଣେ ଡାକ୍ତର । ହରେଇବାକୁ ପଡ଼ିଲା ୧ଲକ୍ଷ ୪୦ ହଜାର ଟଙ୍କା । ଏଭଳି ଘଟଣା ଘଟିଛି ମୁମ୍ବାଇ ସାୟନ ଅଞ୍ଚଳର ଜଣେ ଡକ୍ଟରଙ୍କ ସହ ।

ଅନ୍‌ଲାଇନ୍‌ରେ ୨୫ ପ୍ଲେଟ୍ ସିଙ୍ଗଡ଼ା ମଗାଇ ଏଭଳି ପରିସ୍ଥିତିର ସାମ୍ନା କରିଛନ୍ତି । ସୂଚନା ଅନୁସାରେ କେଇଏମ୍ ହସ୍ପିଟାଲର ୨୭ ବର୍ଷିୟ ଡ଼କ୍ଟର ଶନିବାର ସକାଳ ସାଢେ ୮ରେ ଅନଲାଇନ୍‌ରେ ୨୫ ପ୍ଲେଟ୍ ସିଙ୍ଗଡ଼ା ମଗାଇଥିଲେ । ତାଙ୍କ ସାଙ୍ଗ ମାନଙ୍କ ସହ ସେ କରଜଟ ଯିବାପାଇଁ ଯୋଜନା କରିଥିଲେ । କିନ୍ତୁ ତାଙ୍କୁ ଜଣା ନଥିଲା ସିଙ୍ଗଡ଼ା ପାଇଁ ତାଙ୍କୁ ଏତେବଡ଼ କ୍ଷତି ସହିବାକୁ ପଡ଼ିବ । ତେବେ ସେ ଗୁରୁକୃପା ରେଷ୍ଟୁରାଣ୍ଟକୁ ଫୋନ୍ କରି ୨୫ ପ୍ଲେଟ୍ ସିଙ୍ଗଡ଼ା ଅର୍ଡ଼ର ଦେଇଥିଲେ । ଆଉ ତାଙ୍କୁ ଏଥି ପାଇଁ ୧୫୦୦ ଟଙ୍କା ପେମେଣ୍ଟ କରିବାକୁ କୁହାଯାଇଥିଲା । ଆଉ ଡ଼କକ୍ଟର ସେମାନଙ୍କ ଦେଇଥିବା ନମ୍ବରରେ ପେମେଣ୍ଟ ମଧ୍ୟ କରିଦେଲେ । କିନ୍ତୁ ପେମେଣ୍ଟ ହୋଇନାହିଁ ବୋଲି ପୁଣି ଥରେ ଫୋନ୍ ଆସିଥିଲା । ଏହା ପରେ ସେମାନେ ଅନ୍ୟ ଏକ ନମ୍ବରରୁ ପେମେଣ୍ଟ ରିକ୍ୱେଷ୍ଟ ସେଣ୍ଡ କରିଥିଲେ । ଏହି ରିକ୍ୱେଷ୍ଟକୁ ସ୍ୱୀକାର କରି ପେମେଣ୍ଟ କରିବାକୁ କହିଥିଲେ । ପରେ ସେମାନଙ୍କ ଦ୍ୱାରା ଦିଆଯାଇଥିବା ଲିଙ୍କ୍‌ରେ ଡ଼କ୍ଟର ପେମେଣ୍ଟ କରିବା କ୍ଷଣି ସଙ୍ଗେ ସଙ୍ଗେ ୨୮୦୦୦ ଟଙ୍କା ଆକାଉଣ୍ଟରୁ କଟି ଯାଇଥିଲା । ଏହାପରେ ଆଉ ୨-୩ ମେସେଜ୍ ଲଗାତାର୍ ଆସିଲା । ଏହା ପରେ ସେ ଜାଣିବାକୁ ପାଇଲେ ଜେ ତାଙ୍କ ଆକାଉଣ୍ଟରୁ ୧ଲକ୍ଷ ୪୦ ହଜାର ଟଙ୍କା କଟି ଯାଇଛି । ଏହା ପରେ ଡ଼କ୍ଟର ତୁରନ୍ତ ନିଜର ବ୍ୟାଙ୍କ ଆକାଉଣ୍ଟ ବ୍ଲକ୍ କରିଥିଲେ । ଏହାପରେ ସେ ପୋଲିସ୍ ଷ୍ଟେସନ୍‌ରେ ଅଭିଯୋଗ କରିଛନ୍ତି । ତେଣୁ କୌଣସି ଅନଲାଇନ୍ ପେମେଣ୍ଟ କରିବା ସମୟରେ ସଜାଗ ରୁହନ୍ତୁ ।

Related Articles

Back to top button
WP Twitter Auto Publish Powered By : XYZScripts.com