ମନୋରଞ୍ଜନ

ହସ୍ପିଟାଲରେ ଭର୍ତ୍ତି ହେଲେ ଐଶ୍ୱର୍ଯ୍ୟା, ବିବାହ ବିଚ୍ଛେଦ ନେଇ ବଖାଣିଲେ ଯନ୍ତ୍ରଣା

ହାଇଦ୍ରାବାଦ() ହସ୍ପିଟାଲରେ ଐଶ୍ୱର୍ଯ୍ୟା ରଜନୀକାନ୍ତି। ସାଉଥ ସୁପରଷ୍ଟାର ଧନୁଷଙ୍କ ସହ ବିବାହ ବିଚ୍ଛେଦ ପରେ ଭାଙ୍ଗି ପଡିଛନ୍ତି ଐଶ୍ୱର୍ଯ୍ୟ। ଏହାରି ଭିତରେ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ବିଗିଡି ଯାଇଛି। ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି।

ଇନ୍‌ଷ୍ଟାଗ୍ରାମରେ ସେ ଯେଉଁ ଫଟୋ ପୋଷ୍ଟ କରିଛନ୍ତି ସେଥିରେ ତାଙ୍କ ହାତରେ ଡ୍ରିପ୍‌ ଲାଗିଛି। ଫଟୋକୁ ପୋଷ୍ଟ କରି ସେ କ୍ୟାପସନରେ ଧନୁଷଙ୍କ ସହ ବିବାହ ବିଚ୍ଛେଦର ଦୁଃଖରେ ଭାଙ୍ଗି ପଡିଥିବା ନେଇ ଇସାରା ଦେଇଛନ୍ତି। ସେ ଲେଖିଛନ୍ତି, ‘ସମସ୍ତ ସତର୍କତା ଅବଲମ୍ବନ କରିବା ସତ୍ତ୍ୱେ ମୁଁ କରୋନାରେ ସଂକ୍ରମିତ ହୋଇଛି। ମୋତେ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତେ ଦୟାକରି ମାସ୍କ ପିନ୍ଧନ୍ତୁ, ନିଶ୍ଚିତ ଭାବରେ ଟିକା ନିଅନ୍ତୁ | ୨୦୨୨! ଏହି ବର୍ଷ ତୁମ ପାଖରେ ମୋ ପାଇଁ ଆଉ କ’ଣ କ’ଣ ଦୁଃଖ ଦେବାକୁ ବାକି ଅଛି ମୁଁ ମଧ୍ୟ ଦେଖିବାକୁ ଚାହେଁ।’

ଧନୁଷଙ୍କ ସହ ବିବାହ ଭାଙ୍ଗିବା ପରେ ଐଶ୍ୱର୍ଯ୍ୟାଙ୍କ ମନର ଏହି ଯନ୍ତ୍ରଣା ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି। ଐଶ୍ୱର୍ଯ୍ୟାଙ୍କ ଏହି ପୋଷ୍ଟ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ଯାଏଁ ଏଥିରେ ୫ ହଜାରରୁ ବି ଅଧିକ ଲାଇକ ଓ କମେଣ୍ଟ ଆସିସାରିଲାଣି।

ସୂଚନା ମୁତାବକ, ଜାନୁଆରୀ ୧୭ରେ ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟ ଓ ଧନୁଷ ନିଜ ୧୮ ବର୍ଷର ବିବାହରେ ପୂର୍ଣ୍ଣଛେଦ ପକାଇଥିଲେ। ଦୁହେଁ ଅଲଗା ହୋଇଯାଇଥିବା ନେଇ ଘୋଷଣା କରିଥିଲେ। ଏହି ନିଷ୍ପତ୍ତିକୁ ସମ୍ମାନ ଦେବା ପାଇଁ ସେ ଲୋକଙ୍କ ଅପିଲ ମଧ୍ୟ କରିଥିଲେ। ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍‌ମାନଙ୍କୁ ସକ୍ତ ଝଟ୍‌କା ଲାଗିଥିଲା।

ବିବାହ ବିଚ୍ଛେଦ ଘୋଷଣା ପରେ ଏବେ ଐଶ୍ୱର୍ଯ୍ୟା ଓ ଧନୁଷଙ୍କ ପରିବାରରେ ସବୁ କିଛି ଠିକ୍‌ ନାହିଁ। ରଜନୀକାନ୍ତ ମଧ୍ୟ ଝିଅ ଏବଂ ଜ୍ୱାଇଁଙ୍କ ସମ୍ପର୍କରେ ଆସିଥିବା ଫାଟକୁ ନେଇ ଦୁଃଖିତ ଅଛନ୍ତି। ବିବାହକୁ ବଞ୍ଚାଇବା ପାଇଁ ରଜନୀକାନ୍ତ ଓ ତାଙ୍କ ପରିବାର ଯଥା ସମ୍ଭବ ଚେଷ୍ଟା କରୁଥିବା କୁହାଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com