Uncategorized

୨୦୨୪ ନିର୍ବାଚନ ଲଢିବେ ପ୍ରିୟଙ୍କା ଗାନ୍ଧି

ସବୁ କଳ୍ପନା ଜଳ୍ପନାର ଘଟିଲା ଅନ୍ତ । ୨୦୨୪ରେ ଲୋକସଭା ନିର୍ବାଚନ ଲଢିବେ ପ୍ର୍ିୟଙ୍କା ଗାନ୍ଧି ଭଦ୍ରା । ସୋନିଆ ଗାନ୍ଧି ଲଢିଆସୁଥିବା ରାଇବରେଲି ଆସନରୁ ପ୍ରିୟଙ୍କା ଲଢିବାନେଇ ଏକରକମ ସଂକେତ ମିଳିସାରିଛି । ସୋନିଆ ଗାନ୍ଧିଙ୍କ ଜ୍ୱାଇଁ ତଥା ଉଦ୍ୟୋଗ ପତି ରବର୍ଟ ଭଦ୍ରା ପତ୍ନୀ ପ୍ରିୟଙ୍କାଙ୍କ ନିର୍ବାଚନ ଲଢିବା ନେଇ ଓକିଲାତି କରିଛନ୍ତି । ରବର୍ଟ ଏକ ଇଣ୍ଟରଭ୍ୟୁରେ କହିଛନ୍ତି , ପ୍ରିୟଙ୍କା ସଂସଦକୁ ଯିବା ଉଚିତ । ସାଂସଦ ହେବା ପାଇଁ ତାଙ୍କର ସମସ୍ତ ଯୋଗ୍ୟତା ରହିଛି । ସେ ସଂସଦରେ ଭଲ କାମ କରିବେ ବୋଲି ରବର୍ଟ ଦୃଢୋକ୍ତି ବାଢିଛନ୍ତି । ଯଦି ପ୍ରିୟଙ୍କା ସାଂସଦ ହୁଅନ୍ତି ତେବେ ସେ ବହୁତ ଖୁସି ହେବେ ବୋଲି କହିଛନ୍ତି । ସେ ଏକଥା ବି କହିଛନ୍ତ,ି ପାର୍ଟି ବି ଏହାକୁ ସ୍ୱିକାର କରିବ ଓ ପ୍ରିୟଙ୍କାଙ୍କ ଲାଗି କ୍ଷେତ୍ର ପ୍ରସ୍ତୁତି କରିବ ।

ରବର୍ଟ ଭଦ୍ରାଙ୍କର ଏହି ବୟାନ ସାମ୍ନାକୁ ଆସିବାପରେ ପ୍ରିୟଙ୍କା ଗାନ୍ଧି ୨୦୨୪ ନିର୍ବାଚନ ଲଢିବା ଏକରକମ ସ୍ପଷ୍ଟ ବୋଲି ଆକଳନ କରାଯାଉଛି । କଂଗ୍ରେସର ଗଡ ତଥା ସୋନିଆ ଗାନ୍ଧି ଲଢିଆସୁଥିବା ରାୟିବରେଲି ଆସନରୁ ହିଁ ପ୍ରିୟଙ୍କା ଗାନ୍ଧି ଲଢିବେ ବୋଲି ଗୋଟେ ପ୍ରକାରର ଚର୍ଚ୍ଚା ଜୋର ଧରିଛି । କାହିଁକି ନା ଗତ ୟୁପି ବିଧାନସଭା ନିର୍ବାଚନ ସମୟରେ ପ୍ରିୟଙ୍କା ହିଁ ପ୍ରଚାରର ମଙ୍ଗ ଧରିଥିଲେ । ସେଠାରେ ପ୍ରାର୍ଥୀ ଚୟନ ଠାରୁ ଆରମ୍ଭ କରି ପ୍ରଚାର ପର୍ଯ୍ୟନ୍ତ ସବୁକିଛି ଚାଲୁଥିଲା ପ୍ରିୟଙ୍କାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ।

ଏହାପରେ କର୍ଣ୍ଣାଟକ ନିର୍ବାଚନ ସମୟରେ ପ୍ରିୟଙ୍କାଙ୍କ ଭାଷଣ କଂଗ୍ରେସ ପାଇଁ ସଞ୍ଜିବନୀ ସଦୃଶ୍ୟ ହୋଇଥିଲା । ସେହିପରି ହିମାଚଳ ପ୍ରଦେଶର ପ୍ରଚାର ଦାୟିତ୍ୱର ମଙ୍ଗ ଧରିଥିଲେ ପ୍ରିୟଙ୍କା । ସବୁଠୁ ବଡ କଥା ହେଉଛି ଉଭୟ ରାଜ୍ୟରେ କଂଗ୍ରେସକୁ ମିଳିଥିଲା ଦମଦାର ବିଜୟ । ବିଗତ କିଛି ନିର୍ବାଚନଗୁଡିକରେ ପ୍ରିୟଙ୍କାଙ୍କ ଛବି କଂଗ୍ରେସକୁ ଭଳ ସଫଳତା ଦେଇଛି ।

ଏପରିକି ପ୍ରିୟଙ୍କା ଆଗାମୀ ତେଲେଙ୍ଗାନା ଏବଂ ମଧ୍ୟପ୍ରଦେଶର ନିର୍ବାଚନ ପାଇଁ ମଧ୍ୟ କସରତ ଆରମ୍ଭ କରିଦେଇଛନ୍ତି । କୁହାଯାଉଛି ଇନ୍ଦିରା ଗାନ୍ଧୀଙ୍କ ଛବିକୁ ଲୋକେ ପ୍ରିୟଙ୍କାଙ୍କ ସ୍ୱରୁପରେ ଦେଖୁଛନ୍ତି । ତେଣୁ ସେ ତାଙ୍କର ପ୍ରଚାରରେ ଲୋକଙ୍କୁ ଅଧିକ ପ୍ରଭାବିତ କରି ପାରୁଛନ୍ତି । ତେବେ ଦେଖାଯାଉ ପ୍ରିୟଙ୍କା ୨୦୨୪ ନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଉଛନ୍ତି ନା ଷ୍ଟାର ପ୍ରଚାରକ ଭାବେ ଦଳକୁ ଜିତାଉଛନ୍ତି । ଏଦିଗରେ କଂଗ୍ରେସ ହାଇ କମାଣ୍ଡ କି ପଦକ୍ଷେପ ଗ୍ରହଣ କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ।

Related Articles

Back to top button
WP Twitter Auto Publish Powered By : XYZScripts.com