Uncategorized

୧୩ ବର୍ଷର ବାଳକ ୮ ବର୍ଷର ଶୀକୁଳି

ବୟସ ମାତ୍ର ୧୩ ବର୍ଷ । ଦୁନିଆ କଣ ଜାଣିବା ପୂର୍ବରୁ ଶିକୁଳିରେ ବନ୍ଧା ପଡିଗଲା ଜୀବନ । ବର୍ଷେ କି ଦୁଇ ବର୍ଷ ନୁହେଁ ଦିର୍ଘ ୮ ବର୍ଷ ହେବ ଏମିତି ଶିକୁଳିରେ ତାଙ୍କୁ ବନ୍ଧିକି ରଖାଯାଉଛି । ସେଇଠି ଖାଇବା, ସେଇଠି ଗେଧେଇବା ଏମିତିକି ଖେଳ କୁଦ ମଧ୍ୟ ସେଇ ଗୋଟିଏ ଜାଗାରେ । ୮ ବର୍ଷ ହେବ ଏମିତି ବନ୍ଧା ହୋଇ ପଡିଛନ୍ତି ଏହି ୧୩ ବର୍ଷର ବାଳକ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଳକର ଧୁଙ୍ଗିଆଡିହି ଗ୍ରାମରୁ । ଶିଉ ଗଣ୍ଡ ଓ ତାଙ୍କ ପତ୍ନୀ ଦଶନ୍ତି ଗଣ୍ଡଙ୍କର ୧୩ ବର୍ଷ ପୂର୍ବରୁ ପ୍ରଥମ ପୁଅ ଜନ୍ମ ହୋଇଥିଲା । ବାପା ମା ଖୁସିରେ ତାର ନାଁ ଦେଇଥିଲେ ସାଧୁ ଚରଣ । କିନ୍ତୁ ସାଧୁକୁ ୫ ବର୍ଷ ହେବା ପରେ ମାନସିକ ସ୍ତରରେ ଉନ୍ନତି ହୋଇ ପାରିଲା ନାହିଁ । କିଛି ବୁଝିପାରୁନଥିବା ବେଳେ ଘରୁ ବାହାରି କୁଆଡେ ପଳଉଥିଲେ ଯେ ଆଉ ଫେରୁନଥିଲେ । ପରିବାର ଲୋକ ତାହଅକୁ ଖୋଜି ଆଣିବାକୁ ପଡôୁଥିଲା । ଯେଉଁଥି ପାଇଁ ଦିର୍ଘ ୮ ବର୍ଷ ହେବ ସାଧୁଙ୍କୁ ଶିକୁଳୀରେ ବାନ୍ଧି ରଖିଛନ୍ତି ପରିବାର ଲୋକ । ଶିକୁଳିରେ ବାନ୍ଧି ରଖିବା ଯୋଗୁଁ ସାଧୁଙ୍କର ପାଠ ପଢା ସହ ଭବିଶ୍ୟତ ବି ବନ୍ଧା ପଡିଛି । ନିଜ ଘରେ ବନ୍ଦି ଜୀବନ କାଟୁଛନ୍ତି ସାଧୁ । ଅନ୍ୟ ପକ୍ଷରେ ପରିବାର ଲୋକ ସାଧୁଙ୍କୁ ବିଭିନ୍ନ ଡାକ୍ତରଖାନାକୁ ନେବା ସହ ଜଡ଼ି ବୁଟି ଔଷଧ ଦେଲେ ବି ଏସବୁରେ କୌଣସି ସୁଫଳ ମିଳୁନାହିଁ । ସେପଟେ ଅଧିକ ଚିକିତ୍ସା ପାଇଁ ଅର୍ଥ ଅଭାବ ଥିବାରୁ ସରକାରଙ୍କ ପକ୍ଷରୁ କିଛି ସାହାଯ୍ୟ ମାଗିଛନ୍ତି ପରିଵାର ଲୋକ ।
ଈଚ୍ଚଗ୍ଧରପ ୧ ରାମ ଗଣ୍ଡ (ସାଧୁ ଙ୍କ ବଡ଼ ବାପା )
ଈଚ୍ଚଗ୍ଧର ପ ୨ ଗୋବିନ୍ଦ ଗଣ୍ଡ (ସମ୍ପର୍କୀୟ ଭାଇ )
ଈଚ୍ଚଗ୍ଧର ପ ୩ ରାମସିଂ ଗଣ୍ଡ (ପୂର୍ବତନ ସରପଞ୍ଚ)
ସେପଟେ ସାଧୁଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ରାଇଘର ବିଡ଼ିଓ କହିଛନ୍ତି, କଣ ପଦକ୍ଷେପ ନେଲେ ସାଧୁଙ୍କର ଠିକ୍ ଚିକିତ୍ସା ହୋଇ ପାରିବ ଏବଂ ତାଙ୍କ ପରିବାରକୁ କଣ ସାହାଯ୍ୟ କରିହେବ ଏନେଇ ସେ ଜିଲ୍ଲାପାଳଙ୍କ ସହ କଥା ହେବେ । ଏହାସହ ଚିକିତ୍ସା ଅଧିକାରୀ ତଦନ୍ତ କରି ରିପୋର୍ଟ ଦେଲାପରେ ସାଧୁଙ୍କର କିତ୍ସା ଆରମ୍ଭ କରାଯିବ ।
ଈଚ୍ଚଗ୍ଧରପ ୪ . ଲକ୍ଷ୍ମୀ ସାଗର ମାଝୀ ( ବିଡ଼ିଓ, ରାଇଘର)
ଏବେ ଦେଖିବାକୁ ବାକି ରହିଲା ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ କେବେ ସାଧୁଙ୍କ ଉନ୍ନତ ଚିକିତ୍ସା ପାଇଁ ବ୍ୟବସ୍ଥା କରୁଛନ୍ତି।
ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଳକରୁ ଆଦର୍ଶ ବିଶ୍ଵାସଙ୍କ ରିପୋର୍ଟ ମୋବାଇଲ ନିୟୁଜ।

Related Articles

Back to top button
WP Twitter Auto Publish Powered By : XYZScripts.com