Breaking NewsFeaturedରାଜନୀତି

ଅକ୍ଟୋବର ସୁଦ୍ଧା କଂଗ୍ରେସର ମେନୁଫେଷ୍ଟୋ

ଜୋର ଧରିଲାଣି ନିର୍ବାଚନୀ ତାତି । ରାଜନୀନିତିକ ଦଳ, କର୍ମୀ ସମସ୍ତେ ଚଳଚଞ୍ଚଳ । ପ୍ରସ୍ତୁତି ଚାଲିଛି ରଣନୀତି। ଏସବୁ ଭିତରେ କଂଗ୍ରେସ ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ ନେଇ ଚାଲିଛି ଜୋରଦାର ଉଦ୍ୟମ । ଅକ୍ଟୋବର ସୁଦ୍ଧା କଂଗ୍ରେସର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ଏଆଇସିସି ଦ୍ୱାରା ଗଠିତ ପ୍ରଦେଶ କଂଗ୍ରେସ ନିର୍ବାଚନୀ ଇସ୍ତାହାର କମିଟିର ଦ୍ୱିତୀୟ ବୈଠକ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଇସ୍ତାହାର କମିଟି ଅଧ୍ୟକ୍ଷ ଶ୍ରୀ ପଞ୍ଚାନନ କାନୁନଗୋଙ୍କ ସଭାପତିତ୍ୱରେ କଂଗ୍ରେସ ଭବନରେ ଅନୁଷ୍ଠିତ ଏହି ବୈଠକରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି ।

ଇସ୍ତାହାର କମିଟି ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତକରି ଲୋକପ୍ରତିନିଧି, ସାଧାରଣ ଜନତା, ନାଗରିକ ସମାଜ ଓ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ କର୍ମୀମାନଙ୍କ ସହ ବିଷଦ ଆଲୋଚନା କରିବ । ରାଜ୍ୟରେ ଥିବା ବିଭିନ୍ନ ବିଷୟ ବିଷାରଦମାନଙ୍କ ସହ ଆଲୋଚନା କରି ମତ ସଂଗ୍ରହ କରିବ । ଏହା ବ୍ୟତୀତ ବିଭିନ୍ନ ରାଜ୍ୟ କଂଗ୍ରେସ ଦ୍ୱାରା ପ୍ରସ୍ତୁତ ଇସ୍ତାହାର ମାନ ଅଧ୍ୟୟନ କରି ଇସ୍ତାହାର ଦସ୍ତାବିଜ ପ୍ରସ୍ତୁତ କରାଯିବ । ଏହି ସମସ୍ତ ପ୍ରକ୍ରିୟା ଅକ୍ଟୋବର ଶେଷ ସୁଦ୍ଧା ଚୂଡ଼ାନ୍ତ କରିବାକୁ ପିସିସି ସଭାପତି ଶରତ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ଏବଂ ତଦନୁଯାୟୀ ଏହି କାର୍ଯ୍ୟ ଅକ୍ଟୋବର ଶେଷସୁଦ୍ଧା ସମାପନ କରିବାପାଇଁ ନିଷ୍ପତି ନିଆଯାଇଛି । ଏହି ବୈଠକରେ ପୂବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଅନନ୍ତ ପ୍ରସାଦ ସେଠୀ, ଗଣେଶ୍ୱର ବେହେରା, ବିଶ୍ୱନାଥ ଆଚାର୍ଯ୍ୟ, ଉଦ୍ଧବ କର, ଇନ୍ଦ୍ରମୋହନ ପଣ୍ଡା, ଆବାହକ ପ୍ରଶାନ୍ତ ଶତପଥି, ପ୍ରକାଶ ମିଶ୍ର, ସସ୍ମିତା ବେହେରା, ସୁଦର୍ଶନ ଦାସ, ଜିଆଉଲ ହକ, ଅମିୟ ପଟ୍ଟନାୟକ, ରଜନୀ ମହାନ୍ତି, ବିଷ୍ମୟ ମହାପାତ୍ର, ଅମୀୟ ପାଣ୍ଡବ, ମନଷା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com