Breaking NewsFeaturedରାଜନୀତି

ନୁରୀ ରାହୁଲଙ୍କ ଘରେ ଛୋଟ ପିଲାଟି …

ଖୁବ୍ ଖୁସି ଅଛନ୍ତି ରାହୁଲ ଗାନ୍ଧି । କାରଣ ଘରକୁ ଆସିଛି ନୂଆ ସଦସ୍ୟ । ସେ ପୁଣି କୋଉଠୁ ଆସିଛି କେମିତି ଆସିଲା ଜାଣନ୍ତି କି? ସିଧା ଗୋଆରୁ ଆସିଛି ନୂଆ ଅତିଥି । ଏବେ ତାକୁ ସ୍ୱାଗତ କରିସାରିଲେଣି ଗାନ୍ଧି ପରିବାର । ସବୁଠୁ ଅଧିକ ଖୁସି ଅଛନ୍ତି ରାହୁଲ । ଆଉ ଏନେଇ ସେ ତାଙ୍କ ୟୁଟ୍ୟୁବ୍ ଚାନେଲରେ ଭିଡିଓ ଶେଆର୍ କରିବା ସହ କହିଛନ୍ତି ଯେ-
ମୁଁ ଚାହୁଛି କି ଆପଣମାନେ ସମସ୍ତେ ଆମ ପରିବାର ନୂଆ ଓ ସବୁଠୁ ପ୍ୟାରେ ସଦସ୍ୟ ଛୋଟ ପିଲା ନୁରୀକୁ ଭେଟନ୍ତୁ । ସେ ଗୋଆରୁ ସିଧା ଉଡ଼ିଆସିଛି ଆମ କାନ୍ଧ ଉପରକୁ… ଆଉ ଆମ ଜୀବନର ନୂଆ ଆଲୋକ ରେଖା ପାଲଟି ଯାଇଛି ।
ସେହିପରି ରାହୁଲ କହିଛନ୍ତି ଯେ ବିନା ସର୍ତ୍ତ ଓ ସ୍ୱାର୍ଥରେ ବିଶ୍ୱସ୍ତ ଆଉ ସୁନ୍ଦର ଏ ପ୍ରାଣୀଠାରୁ ଆମକୁ ଅନେକ କିଛି ଶିଖିବାର ଅଛି । ଏଥିସହ ସମସ୍ତ ଜୀବୀତ ପ୍ରାଣୀମାନଙ୍କ ସୁରକ୍ଷା କରିବା ଓ ସେମାନଙ୍କ ସ୍ନେହ-ପ୍ରେମ ବାଣ୍ଟିବାର ସଂକଳ୍ପ କରିବାକୁ ପଡ଼ିବ ବୋଲି ରାହୁଲ ଆହ୍ୱାନ ଦେଇଛନ୍ତି ।
ଏହା ଏବେ ଇଣ୍ଟରନେଟ୍‌ରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ଏବଂ ରାହୁଲ ଗାନ୍ଧିଙ୍କୁ ଖୁବ୍ ପ୍ରଶଂସା କରୁଛନ୍ତି ୟୁଜର୍ସ । ଦେଖନ୍ତୁ ପୂରା ଭିଡିଓ…

Related Articles

Back to top button
WP Twitter Auto Publish Powered By : XYZScripts.com