ଅନ୍ୟାନ୍ୟ

ଆଇଓସିଏଲ ବିକିପାରେ ୭ ଟି ହାଇଡ୍ରୋଜେନ୍ ୟୁନିଟ୍

ନୂଆଦିଲ୍ଲୀ, ୧୫/୦୮/୨୦୨୨-   ଆଇଓସିଏଲ ଚଳିତ ବର୍ଷ ଦୁଇଟି ହାଇଡ୍ରୋଜେନ୍ ଜେନେରେସନ୍ ୟୁନିଟ୍ ବିକ୍ରି କରିବା ନେଇ ଯୋଜନା କରିଛି । ସଂସ୍ଥା ପ୍ଲାଣ୍ଟର ୧୦୦ ପ୍ରତିଶତ ଷ୍ଟେକ୍ ବିକ୍ରି କରିବ । ଏହି ୟୁନିଟରେ ବର୍ଷକୁ ୭୦ ହଜାର ଟନ୍ ହାଇଡ୍ରୋଜେନ୍ ବା ଉଦଜାନ ସୃଷ୍ଟି କରାଯାଏ । ଏହା ଗୁଜୁରାଟ ରିଫାଇନାରୀରେ ରହିଛି । ଆସନ୍ତା ବର୍ଷ ଆହୁରି ୫ଟି ହାଇଡ୍ରୋଜେନ୍ ୟୁନିଟ୍ ବିକ୍ରି କରିବା ଲକ୍ଷ୍ୟରେ ଅଛି ଆଇଓସିଏଲ । କମ୍ପାନୀ ୟୁନିଟକୁ ବିକ୍ରି କରି ଏହାର କ୍ଷମତା ବୃଦ୍ଧି କରିବାକୁ ଚାହୁଁଛି । ସମୁଦାୟ ଆଇଓସିଏଲ ତାର ୭ଟି ହାଇଡ୍ରୋଜେନ୍ ଜେନେରେସନ୍ ୟୁନିଟ୍ ଓ ରିଫାଇନାରୀ ବିକ୍ରି କରିପାରେ । ତେବେ ଆଇଓସିଏଲ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇ ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com