ଅନ୍ୟାନ୍ୟ
ମଦ କମ୍ପାନୀ ଉପରେ ଚଢ଼ଉ କରି ଆୟକର ବିଭାଗ ୩୫୧କୋଟି ଟଙ୍କା ଜବତ କରିଛି
![](https://i0.wp.com/odia.mobilenews24x7.com/wp-content/uploads/2023/12/odisha-cash-haul-pti.jpg?resize=760%2C443&ssl=1)
ଝାଡଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ପରିବାରର ମାଲିକାନାରେ ଥିବା ମଦ କମ୍ପାନୀ ଉପରେ ଚଢ଼ଉ କରି ଆୟକର ବିଭାଗ ୩୫୧କୋଟି ଟଙ୍କା ଜବତ ହେବା ଘଟଣା ସମଗ୍ର ଦେଶବାସୀଙ୍କୁ ଚକିତ କରିଛି।
ଏହାପରେ ବି ଧୀରଜ ସାହୁଙ୍କ ଘରେ ଆହୁରି ବଡ଼ ଭଣ୍ଡାର ଲୁଚି ରହିଥିବା ଅନୁମାନ କରୁଛି ଆୟକର ବିଭାଗ। ତେଣୁ ଧୀରଜ ସାହୁଙ୍କ ଘରର ମାଟି ଖୋଦେଇ କାମ ଆରମ୍ଭ କରିଛି ଆଇଟି ବିଭାଗ । ମାଟି ତଳେ ସାଂସଦ ଆହୁରି ବହୁ ମୂଲ୍ୟବାନ ଧାତୁ ଲୁଚାଇ ରଖିଥିବା ଅନୁମାନ କରାଯାଉଛି।