ଅନ୍ୟାନ୍ୟ

୭ ସ୍କୁଲ୍‌ରେ ଖଞ୍ଜା ହୋଇଛି ଶକ୍ତିଶାଳୀ ବୋମା, ଏଭଳି ଧମକପୂର୍ଣ୍ଣ ମେଲ୍ ପରେ ପହଞ୍ଚିଲା ପୁଲିସ ଓ ଟିମ୍

ବେଙ୍ଗାଲୁରୁ : ବେଙ୍ଗାଲୁରୁର ୭ ସ୍କୁଲ୍‌ରେ ଶକ୍ତିଶାଳି ବୋମା ଖଞ୍ଜା ହୋଇଛି ଶକ୍ତିଶାଳି ବୋମା। ଏହି ଖବର ପାଇବା ମାତ୍ରେ ତୁରନ୍ତ ସେହି ସ୍କୁଲଗୁଡ଼ିକରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ପୁଲିସ୍। ସାଥିରେ ଯାଇଥିଲେ ବୋମା ନିଷ୍କ୍ରିୟକାରୀ ଦଳ। ହେଲେ ଏପର୍ଯ୍ୟନ୍ତ ସ୍କୁଲ୍‌ରୁ ଗୋଟିଏ ବି ବୋମା ଉଦ୍ଧାର ହୋଇପାରି ନାହିଁ। ଏପଟେ ପିଲାମାନଙ୍କୁ ସ୍କୁଲ୍‌ରୁ ବାହାର କରି ଉକ୍ତ ଅଞ୍ଚଳକୁ କର୍ଡନ କରି ବୋମା ଖୋଜା ଜାରି ରହିଛି।

ଶୁକ୍ରବାର ଦିନ ୧୧ଟାରେ ସ୍କୁଲ୍‌ଗୁଡ଼ିକ ମେଲ୍ ଯୋଗେ ବୋମା ଧମକ ଦିଆଯାଇଥିଲା। ଧମକପୂର୍ଣ୍ଣ ମେଲ୍‌ରେ ଲେଖାଯାଇଥିଲା “ ଆପଣଙ୍କ ସ୍କୁଲ୍‌ରେ ବଡ଼ ଶକ୍ତିଶାଳୀ ବୋମା ଖଞ୍ଜା ଯାଇଛି। ଧ୍ୟାନ ରଖନ୍ତୁ, ଏହା ମଜାକ ନୁହେଁ। ବହୁତ ଶକ୍ତିଶାଳୀ ବୋମା ଆପଣଙ୍କ ସ୍କୁଲ୍‌ରେ ଖଞ୍ଜାଯାଇଛି। ତୁରନ୍ତ ପୁଲିସ ଓ ଉଦ୍ଧାରକାରୀ ଦଳକୁ ଡକାଯାଉ। ନହେଲେ ଶହ ଶହ ଜୀବନ ଯାଇପାରେ। ଏମିତିକି ତୁମର ବି ଜୀବନ ଯାଇପାରେ। ବିଳମ୍ବ କର ନାହିଁ। ବର୍ତ୍ତମାନ ସବୁ ତୁମ ହାତରେ।”

ତେବେ ଏପର୍ଯ୍ୟନ୍ତ କୌଣସି ବୋମା ଉଦ୍ଧାର ହୋଇନଥିବା ବେଳେ ପୁଲିସ କହିଛି ଯେ କେହି ଜଣେ ଦୁର୍ବୃତ୍ତ ଏକ ମିଛ ମେଲ୍ ଦେଇ ଭୟର ବାତାବାରଣ ସୃଷ୍ଟି କରିବାକୁ ଚେଷ୍ଟା କରିଛି। ସେହିପରି କର୍ଣ୍ଣାଟକ ଗୃହମନ୍ତ୍ରୀ ଅରଗା ଜ୍ଞାନେନ୍ଦ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଚିନ୍ତା କରିବାର କୌଣସି କାରଣ ନାହିଁ।

ଧମକ ମିଳିଥିବା ସ୍କୁଲ୍‌ଗୁଡ଼ିକ ହେଲା-

୧. ଦିଲ୍ଲୀ ପବ୍ଲିକ ସ୍କୁଲ୍ ଭର୍ଥୁର
୨. ଗୋପାଳନ ଇଣ୍ଟରନ୍ୟାସ୍‌ନାଲ ସ୍କୁଲ୍
୩. ନ୍ୟୁ ଆକାଡେମୀ ସ୍କୁଲ୍
୪. ଏସ୍‌ଟି ଭିନ୍‌ସେଣ୍ଟ ପୌଲ ସ୍କୁଲ୍
୫. ଇଣ୍ଡିଆନ ପବ୍ଲିକ ସ୍କୁଲ୍ ଗୋବିନ୍ଦପୁରା
୬. ଇବେନ୍‌ଜେର୍ ଇଣ୍ଟରନ୍ୟାସ୍‌ନାଲ ସ୍କୁଲ, ଇଲେକ୍ଟ୍ରୋନିକ୍ ସିଟି

Related Articles

Back to top button
WP Twitter Auto Publish Powered By : XYZScripts.com