ନୂଆଦିଲ୍ଲୀ() ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଆଇଏଏସ୍ ଟିନା ଡାବି ଓ ପ୍ରଦୀପ ଗୱାଣ୍ଡେ। ୨ବର୍ଷର ପ୍ରେମ ସମ୍ପର୍କ ଏବଂ ନୂଆ ରୂପ ନେଇଛି। ପ୍ରମୀ ଯୁଗଳ ଏବଂ ପତି-ପତ୍ନୀ ହୋଇଯାଇଛନ୍ତି। ବିବାହର କିଛି ଦିନ ପୂର୍ବରୁ ଟିନା ସୋସିଆଲ୍ ମିଡିଆରୁ ଦୂରେଇ ରହୁଥିଲେ। ଏବେ ବିବାହ ପରେ ଧିରେ ଧିରେ ବିବାହ ଫଟୋ ସେୟାର କରୁଛନ୍ତି। ପୂର୍ବରୁ ତାଙ୍କ ଭଉଣୀ ଓ କିଛି ବାନ୍ଧବୀଙ୍କ ସହ ମିଶି ନାଚୁଥିବାର ଭିଡିଓ ସାମ୍ନାକୁ ଆସିଥିବା ବେଳେ ଏବେ କିଚି ପଟୋ ସାମ୍ନାକୁ ଆସିଛି। ଯେଉଁଥିରେ ବିବାହ ଏବଂ ରିସେପସନ୍ରେ ଟିନା ଏବଂ ପ୍ରଦୀପ ବେଶ୍ ସୁନ୍ଦ ଲାଗୁଥିବାର ଦେଖାଦେଇଛି।

ଉଭୟ ଟିନା ଓ ପ୍ରଦୀପ ତାଙ୍କ ବିବାହ ସମୟରେ ଧଳା ରଂଗର ପୋଷାକ ପିନ୍ଧିଥିଲେ। ଧଳା ରଂଗର ପୋଷାକ ପିନ୍ଧିଥିବା ବେଳେ ଗୋଲାପୀ ଓ ଧଳା ରଂଗର ଜୟମାଳା ପକାଇଥିବା ଫଟୋରେ ଦେଖିବାକୁ ମିଳିଥିଲା। ପରେ ରିସେପ୍ସନ୍ରେ ଦିହେଁ ମରୁନ୍ ରଙ୍ଗର ପୋଷାକ ପିନ୍ଧଥିବା ଦେଖାଦେଇଛି।

ପ୍ରଥମ ସ୍ବାମୀ ଆଇଏଏସ୍ ଅଥର ଖାନଙ୍କୁ ଛାଡ଼ପତ୍ର ଦେବା ପରେ ଦ୍ବିତୀୟ ବିବାହ କରିଚନ୍ତି ଟିନା। ୨୦୧୩ ବ୍ୟାଚର ଆଇଏଏସ ଅଧିକାରୀ ପ୍ରଦୀପ ଗାୱାଣ୍ଡେଙ୍କୁ ବିବାହ କରିଛନ୍ତି ଟିନା ଡାବି। ପ୍ରଦୀପ ତାଙ୍କ ପରି ଅନୁସୂଚୀତ ଜାତି ଶ୍ରେଣୀର। ତାଙ୍କ ମାଆଙ୍କ ପରି ପ୍ରଦୀପ ବି ଜଣେ ମରାଠୀ। ଟିନା ଡାବି ୨୦୧୮ ମସିହାରେ ଆଇଏଏସ୍ ଅଥର ଖାନଙ୍କୁ ବିବାହ କରିଥିଲେ। ୨୦୧୫ ୟୁପିଏସସି ପରୀକ୍ଷାରେ ଟିନା ଡାବି ଟପ୍ପର ହୋଇଥିଲେ।

Back to top button